27.1 C
Bhubaneswar
Saturday, April 4, 2026
Homeଓଡିଶାମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ

ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର: ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ-୨୦୨୪ ଆଜି ପ୍ରକାଶ ପାଇଛି । ଏଥର ମୋଟ ୭୯୬ ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୪୧ ଜଣ ପାସ୍ କରିଛନ୍ତି । ଅର୍ଥାତ୍ ପାସ୍ ହାର ୫୫.୪% ରହିଛି । ସେହିପରି ଆଜି ଷ୍ଟେଟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ଏସ୍‌ଓଏସ୍‌ସି) ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି ।

ଏଥିରେ ସମସ୍ତ ୫ଟି ବିଷୟରେ ୧୬ ହଜାର ୯୦୮ ଜଣ ପରୀକ୍ଷା ଦେଇଥିବା ବେଳେ ୯୪୩୫ ଜଣ ପାସ୍ କରିଛନ୍ତି । ଅର୍ଥାତ୍ ପାସ୍ ହାର ୫୫.୮୭% ରହିଛି । ଯେଉଁ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ନେଇ ସନ୍ତୁଷ୍ଟ ହେବେ ନାହିଁ, ସେମାନେ ଖାତା ଚେକିଂ ପାଇଁ ଅଗଷ୍ଟ ୨୭ ତାରିଖରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ କୁହାଯାଇଛି । ଜୋନ୍ ଅଫିସ୍ ଅବା କଟକ ସ୍ଥିତ ବିଏସ୍‌ଇର ମୁଖ୍ୟ କାର୍ଯ୍ୟାଳୟରେ ସେମାନେ ଆବେଦନ କରିପାରିବେ । ଏଥିପାଇଁ ବିଏସ୍‌ଇର ୱେବସାଇଟ୍‌ରେ ଆବେଦନ ଫର୍ମ ଉପଳବ୍ଧ ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking