ଭବାନୀପାଟଣା :ଭବାନୀପାଟଣା ସ୍ଥିତ ବିକାଶ ହାୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷା ରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତିର୍ଣ୍ଣ ହୋଇଥିବା ଜିଲ୍ଲାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ଦେଇ ସଂମାନିତ କରାଯାଇଛି । ବିକାଶ ଉଇସଡମ୍ ପାର୍କ ପରିସରରେ କଲେଜର ଅଧକ୍ଷ ଯୁବରାଜ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ଭରଧନା ସଭାରେ ମୁଖ୍ୟ ଅତିଥିଭାବେ ବିକାଶ ଅନୁଷ୍ଠାନ ବରଗଡ଼ ର ପରିଚାଳନା ନିର୍ଦେଶକ ଜି ଭାସ୍କର ରାଓ, ଡ଼ା ଏନ ପଣ୍ଡା, ଡ଼ି ଶ୍ୟାମ, ଡ଼ି ରାମ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସଂମାନିତ କରିଥିଲେ । ମେଧାବୀ ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା କିପରି ପାଇପାରିବେ ଏବଂ ନିଜ ଉଜ୍ଜଳ ଭବିଷ୍ୟତ ଗଠନ କରିବା ସହ ଦେଶ ଓ ଜାତିର ବିକାଶରେ ସହଯୋଗ କରିପାରିବେ ସେନେଇ ଉପସ୍ଥିତ ଅତିଥିମାନେ ମାର୍ଗ ଦର୍ଶନ କରିଥିଲେ । ଏଥିରେ ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିବା ବେଳେ ଶେଷରେ ଅସ୍ପିନକୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।