31.1 C
Bhubaneswar
Monday, October 21, 2024
Homeଦେଶ ବିଦେଶସଂସଦ ସୁରକ୍ଷାରେ ବ୍ୟାପକ ତ୍ରୁଟି; ୪ ଗିରଫ, ୨ ଫେରାର

ସଂସଦ ସୁରକ୍ଷାରେ ବ୍ୟାପକ ତ୍ରୁଟି; ୪ ଗିରଫ, ୨ ଫେରାର

ନୂଆଦିଲ୍ଲୀ: ସଂସଦ ଭବନ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ସଂସଦ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଅବସରରେ ୧୩ ଡିସେମ୍ବର (ବୁଧବାର) ୨ ଯୁବକ ସଂସଦ ଭବନ ମଧ୍ୟକୁ ପ୍ରବେଶ କରିବା ଏବଂ ସେଠାରେ ବ୍ୟାପକ ହଙ୍ଗାମା କରିବା ଦେଖିବାକୁ ମିଳିଛି । ଲୋକସଭା ଭିଜିଟର୍ସ ଗ୍ୟାଲେରୀରୁ ଏହି ୨ ଆତତାୟୀ ଯୁବକ ହଠାତ୍ ସଂସଦ ଭବନର ବୈଠକ ସ୍ଥଳ (ସାଂସଦଙ୍କ ବସିବା ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ)କୁ ଡେଇଁପଡିଥିଲେ ଏବଂ ସାଂସଦଙ୍କ ବେଞ୍ଚ୍ ଉପରେ ଡିଆଁ ଡେଇଁ ତଥା ଫୋଫଡା ଫିଙ୍ଗା କରିବା ଆରମ୍ଭ କରିଦେଇଥିଲେ । ଏତଦ୍ ବ୍ୟତୀତ ନିଜ ଜୋତା ମଧ୍ୟରେ ସେମାନେ ଲୁଚାଇକରି ଆଣିଥିବା ଭିନ୍ନ ଧରଣର ସ୍ପ୍ରେ’ କୁ ମଧ୍ୟ ସେମାନେ ସିଞ୍ଚନ କରିଦେଇଥିଲେ । ଫଳରେ ସଦନରେ ହଳଦିଆ ରଙ୍ଗର ଧୂଆଁ ଖେଳାଇ ହୋଇଯାଇଥିଲା । କେବଳ ସେତିକି ନୁହେଁ ଏହି ଦୁଇ ଆତତାୟୀ ଆଣିଥିବା ସ୍ମୋକ୍ କେନ୍‌କୁ ମଧ୍ୟ ସଦନର ଗର୍ଭଗୃହରେ ଫିଙ୍ଗିବା ସହ ନାରାବାଜି କରିଥିଲେ ।

ବୁଧବାର ଲୋକସଭାରେ ବିଜେପି ସାଂସଦ ଖଗେନ୍ ମୁର୍ମୁ ଯେତେବେଳେ ନିଜ ଭାଷଣ ରଖିବାରେ ବ୍ୟସ୍ତ ଥିଲେ ଠିକ୍ ସେତିକି ବେଳେ ଏହି ୨ ଆତତାୟୀ ଏପ୍ରକାର କାଣ୍ଡ ଭିଆଇଥିଲେ । ଉଭୟ ଯୁବକ ନାରାବାଜି କରିବା ସହ ବାଚସ୍ପତି ଓମ୍ ବିର୍ଲାଙ୍କ ପୋଡିୟମ୍ ଆଡକୁ ଯିବାକୁ ମଧ୍ୟ ଉଦ୍ୟମ କରିଥିଲେ । ତେବେ କିଛି ନିର୍ଭିକ ସାଂସଦଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହସ ଯୋଗୁ ଏହି ଦୁଇ ଆତତାୟୀ ଧରାପଡ଼ିଯାଇଥିଲେ । ପରେ ସୁରକ୍ଷାକର୍ମୀ ସେହି ଦୁଇ ଯୁବକଙ୍କୁ କାବୁ କରି ପୁଲିସ୍ ଜିମା ଦେଇଥିଲେ । ପୁଲିସ୍ ଏବେ ଏହି ମାମଲାରେ ଯାଞ୍ଚ୍ ଆରମ୍ଭ କରିଛି । କିନ୍ତୁ ଏପ୍ରକାର କାଣ୍ଡ ଭିଆଇବା ପଛରେ ଏମାନଙ୍କ ବାସ୍ତବିକ ଉଦ୍ଦେଶ୍ୟ ସାମ୍ନାକୁ ଆସିନାହିଁ ।

ଆଜିର ଏହି ଘଟଣାରେ ମୋଟ୍ ୬ ଜଣ ସାମିଲ ରହିଥିବା ଜଣାପଡିଛି । ସଂସଦ ଭବନ ମଧ୍ୟକୁ ୨ ଯୁବକ ପ୍ରବେଶ କରିଥିବା ବେଳେ ସଂସଦ ଭବନ ବାହାରେ ଆଉ ୨ଜଣ ରହିଥିଲେ । ସେମାନଙ୍କ ମଧ୍ୟରେ ଜଣେ ମହିଳା ସାମିଲ ରହିଥିଲେ । ଏମାନେ ମଧ୍ୟ ସଂସଦ ଭବନ ବାହାରେ ହଳଦିଆ ରଙ୍ଗର ଧୂଆଁ ଛାଡିଥିଲେ । ତେବେ ବାହାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ପ୍ରଥମେ ଏହି ଦୁଇ ଜଣଙ୍କୁ କାବୁ କରିନେଇଥିଲେ । ତେବେ ଏହି ୪ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନେ ହେଲେ ସାଗର ଶର୍ମା, ମନୋରଞ୍ଜନ ଡି, ନିଲମ୍ ଏବଂ ଅମୋଲ ସିନ୍ଦେ । ଏହି ଘଟଣାରେ ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି । ତେବେ ଏମାନେ ସମସ୍ତେ ଦିଲ୍ଲୀ ବାହାରୁ ଆସିଥିବା କୁହାଯାଉଛି । ଅନ୍ୟପକ୍ଷେ ଏହି ଘଟଣାରେ କିଛି କଥା ସାମ୍ନାକୁ ଆସିଛି । ଯେଉଁ ଦୁଇ ଯୁବକଙ୍କୁ ସଂସଦ ଭିତରୁ ଗିରଫ କରାଯାଇଛି ସେମାନଙ୍କୁ ସାଂସଦ ଭିଜିଟର୍ସ ପାସ୍ ପ୍ରଦାନ କରାଯାଇଥିଲା । ଅର୍ଥାତ୍ ଏମାନେ ପ୍ରଥମେ ଜଣେ ସାଂସଦଙ୍କ ପକ୍ଷରୁ ମିଳୁଥିବା ଭିଜିଟର୍ସ ପାସ୍ ହାସଲ କରିଥିଲେ ଏବଂ ପରେ ସଂସଦ ଭିତରକୁ ଭିଜିଟର୍ସ ଭାବେ ପ୍ରବେଶ କରିଥିଲେ ।

ବିଜେପି ସାଂସଦ ଦେଇଛନ୍ତି ଭିଜିଟର୍ସ ପାସ୍‌
ଏସବୁ ମଧ୍ୟରେ ନିଲମ୍ବିତ ବିଏସ୍‌ପି ସାଂସଦ ଦାନିଶ୍ ଅଲ୍ଲୀ ଦାବି କରିଛନ୍ତି ଯେ ସଦନରେ ସଂସଦ ଭବନ ମଧ୍ୟରେ ଏପ୍ରକାର ଆତଙ୍କ ସୃଷ୍ଟିକାରୀ ୨ ଯୁବକ ବିଜେପି ସାଂସଦ ପ୍ରତାପ ସିମ୍‌ହାଙ୍କ ପାସ୍ ବଳରେ ଭିଜିଟର୍ସ ଭାବେ ସଂସଦ ମଧ୍ୟକୁ ପ୍ରବେଶ କରିଥିଲେ । ସଂସଦର କାର୍ଯ୍ୟକାରିତ ଦେଖିବା ଆଳରେ ଏମାନେ ଆସିଥିଲେ ଏବଂ ଏପ୍ରକାର ଘଟଣା ଘଟାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking