25.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ୩୨ ବିଆରଓ ଶ୍ରମିକ ଉଦ୍ଧାର, ଆହୁରି ଫସିଛନ୍ତି ୨୫

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ୩୨ ବିଆରଓ ଶ୍ରମିକ ଉଦ୍ଧାର, ଆହୁରି ଫସିଛନ୍ତି ୨୫

ଡେରାଡୁନ୍‌: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲ।।ର ମାନା ନାମକ ଗ୍ରାମରେ ଏକ ଭୟଙ୍କର ହିମସ୍ଖଳନ ଘଟିଛି ଯେଉଁଥିରେ ବର୍ଡର ରୋଡ୍‌ସ ଅର୍ଗାନାଇଜେସନ୍ (ବିଆରଓ)ର ପ୍ରାୟ ୫୭ ଶ୍ରମିକ ପୋତିହୋଇଯାଇଥିଲେ। ଏମାନେ ରାସ୍ତାରୁ ବରଫ ହଟାଇବା ତଥା ସେନାବାହିନୀର ଗାଡ଼ି ଚଳାଚଳ ପାଇଁ ମାର୍ଗକୁ ଉନ୍ମୁକ୍ତ କରୁଥିବା ବେଳେ ଏହି ଅଘଟଣ ଘଟିଛି। ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ଉଦ୍ଧାରକାରୀ ଦଳଗୁଡିକ ମିଳିତ ଉଦ୍ୟମରେ ପ୍ରାୟ ୩୨ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିସାରିଥିବା ବେଳେ ଆହୁରି ୨୫ଜଣ ପୋତିହୋଇ ରହିଛନ୍ତି। ଏମାନଙ୍କୁ ମଧ୍ୟ ଖୋଜିବା ତଥା ଉଦ୍ଧାର ପ୍ରକ୍ରିୟା ଜୋରସୋରରେ ଜାରି ରହିଛି। ଉଦ୍ଧାରକାରୀଙ୍କ ମଧ୍ୟରେ ଏସ୍‌ଡିଆରଏଫ୍‌, ଜିଲ୍ଲା ପ୍ରଶାସନ, ଆଇଟିବିପି, ବିଆରଓ ଟିମ୍‌ଙ୍କ ସହ ଏନ୍‌ଡିଆରଏଫ୍‌ର ୪ ୟୁନିଟ୍ ଲାଗିଛନ୍ତି। ତେବେ ପରିବର୍ତ୍ତିତ ତଥା ଖରାପ ପାଣିପାଗ ଯୋଗୁ ଉଦ୍ଧାର ପ୍ରକ୍ରିୟା ସାମାନ୍ୟ ପ୍ରଭାବିତ ହେଉଥିବା ଏନ୍‌ଡିଆରଏଫ୍ ମହାନିର୍ଦ୍ଦେଶକ ପୀୟୁଷ ଆନନ୍ଦ କହିଛନ୍ତି। ପ୍ରକାଶ ମାନା ଗ୍ରାମ ଭାରତ-ତିଽତ ସୀମାରେଖାର ଭୂପୃଷ୍ଠ ଠାରୁ ୩୨୦୦ ମିଟର ଉଚ୍ଚରେ ଅବସ୍ଥିତ।

ରିପୋର୍ଟ ଅନୁସାରେ ଏହି ୫୭ ଶ୍ରମିକଙ୍କ ମଧ୍ୟରେ ନିର୍ମାଣ ଶ୍ରମିକ, ଜେସିବି ଏବଂ ଅନ୍ୟ ମେସିନ୍ ଅପରେଟରମାନେ ସାମିଲ ରହିଥିଲେ। ବାସ୍ତବରେ ଏମାନେ ଏକ କଣ୍ଟେନର ମଧ୍ୟରେ ବିଶ୍ରାମ ନେଉଥିବା ବେଳେ ଭୂସ୍ଖଳନ ହୋଇଥିଲା ଏବଂ ଏମାନେ ବିଶାଳ ବରଫ ଖଣ୍ଡ ତଳେ ପୋତିହୋଇଯାଇଥିଲେ ବୋଲି ବିଆରଓ ପକ୍ଷରୁ କୁହାଯାଇଛି। ବଦ୍ରିନାଥ ଧାମଠାରୁ ୩ କିଲୋମିଟର ଆଗକୁ ଏହି ଘଟଣା ଘଟିଛି। ଅନ୍ୟପକ୍ଷେ ଭାରତ ପାଣିପାଗ ବିଭାଗ ଉତ୍ତରାଖଣ୍ଡ ସମେତ ଅନେକ ପାହାଡ଼ିଆ ଅଞ୍ଚଳ ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରବଳ ବର୍ଷା (୨୦ ସେମି ପର୍ଯ୍ୟନ୍ତ) ପୂର୍ବାନୁମାନ କରିଛି। ଫଳରେ ପୋତି ହୋଇ ରହିଥିବା ବାକି ୨୫ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା ବିଳମ୍ବିତ ହେବା ନେଇ ଆଶଙ୍କା କରାଯାଉଛି। ଆଇଏମ୍‌ଡି ସ୍ଥାନୀୟ ବନ୍ୟା, ନିମ୍ନ ଅଞ୍ଚଳରେ ଜଳବନ୍ଦୀ ଏବଂ ମୁଖ୍ୟତଃ ସହରାଞ୍ଚଳରେ ଅଣ୍ଡରପାସ୍ ବନ୍ଦ ହେବା ଭଳି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ଯୋଗୁଁ ଦୃଶ୍ୟମାନତାରେ ବେଳେବେଳେ ହ୍ରାସ, ଟ୍ରାଫିକ୍ ବାଧା ଯୋଗୁଁ ଯାତ୍ରା ସମୟ ବୃଦ୍ଧି ଏବଂ କଚ୍ଚା ରାସ୍ତାର ସାମାନ୍ୟ କ୍ଷତି ହେବାର ଆଶଙ୍କା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking