30.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶନେପାଳରେ ଭୟଙ୍କର ଭୁସ୍ଖଳନ:୧୭ ମୃତ, ୫ ନିଖୋଜ

ନେପାଳରେ ଭୟଙ୍କର ଭୁସ୍ଖଳନ:୧୭ ମୃତ, ୫ ନିଖୋଜ

କାଠମାଣ୍ଡୁ: ଗତକାଲି ରାତିରେ ନେପାଳରେ ହୋଇଥିବା ବ୍ୟାପକ ଭୂସ୍ଖଳନରେ ୧୭ ଜଣ ପ୍ରାଣ ହରାଇଛନ୍ତି । ଏବେ ମଧ୍ୟ ୫ ଜଣ ନିଖୋଜ ରହିଥିବାରୁ ଏବେ ମଧ୍ୟ ଉଦ୍ଧାର ଅପରେସନକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖାଯାଇଛି । ଗତକାଲି ନେପାଲର ଆଚମ ଜିଲ୍ଲାରେ ପ୍ରବଳ ବର୍ଷା ପରେ ରାତିରେ ଭୂସ୍ଖଳନ ହୋଇଛି । ଏଥିରେ ଜିଲ୍ଲାରେ ଏକାଧିକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ମୃତାହତ ନେଇ ଆଶଙ୍କା କରାଯାଉଥିବାବେଳେ, ଏବେ ସୁଦ୍ଧା ୧୭ ଜଣ ପ୍ରାଣ ହରାଇଥିବା ସରକାରୀ ଭାବେ ସୂଚନା ରହିଛି ।

ଅନ୍ୟ ଏକ ସୂଚନା ଅନୁସାରେ, ଏବେ ମଧ୍ୟ ପ୍ରାୟ ୫ ଜଣ ନିଖୋଜ ଥିବା ସୂଚନା ମିଳିଛି । ଶୁକ୍ରବାର ପ୍ରବଳ ବର୍ଷା ଲାଗି ରହିବା ଫଳରେ ରାତିରେ ଏପରି ସ୍ଥିତି ଦେଖିବାକୁ ମିଳିଛି । କିଛି ସ୍ଥାନରେ ରାସ୍ତାଘାଟ, ଘର ଧୋଇଯାଇଛି । ଭୂସ୍ଖଳନରେ ମଧ୍ୟ ୟାତାୟତ ବାଧାପ୍ରାପ୍ତ ହୋଇଛି । ଏକାଧିକ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗତକାଲି ଠାରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ, ଏମାନଙ୍କ ମଧ୍ୟରେ ୩ ଗୁରୁତରଙ୍କ ସମେତ ୧୧ ଜଣ ଆହତ ମଧ୍ୟ ରହିଛନ୍ତି। ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଏବେ ମଧ୍ୟ ପାଗରେ ସୁଧାର ଆସିନଥିବା ଯୋଗୁ ଉଦ୍ଧାର କାର୍ଯ୍ୟରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି । ନେପାଳ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୧୭ଟି ମୃତଦେହ ଉଦ୍ଧାର ହୋଇ ସାରିଲାଣି । ଏବେ ମଧ୍ୟ ରେସ୍କ୍ୟୁ ଅପରେସନ ଜାରି ରହିଛି ।

୧୧ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଖୋଜଙ୍କୁ ଠାବ କରିବା ସହ ରାସ୍ତାଘାଟ, ଯୋଗାଯୋଗ ଓ ବିଜୁଳି ସରବରାହ ବ୍ୟବସ୍ଥା ସୁଧାରିବା ପାଇଁ ମଧ୍ୟ ଅପରେସନକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖାଯାଇଛି । ଜିଲ୍ଲାରେ ଏକାଧିକ ଉଦ୍ଧରକାରୀ ଟିମ ଏହି ଅପରେସନରେ ମୁତୟନ କରାଯାଇଛନ୍ତି । ଏବେ ମଧ୍ୟ ପାଗରେ ସମ୍ପୂର୍ଣ୍ଣ ସୁଧାର ଆସି ପାରିନାହିଁ । କିଛି ସ୍ଥାନରେ ବର୍ଷା ଜାରି ରହିଥିବା ଯୋଗୁ ଉକ୍ତ ଅଞ୍ଚଳରେ ସତର୍କ ସୂଚନା ଜାରି କରିବା ସହ ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ନେପାଳ ସରକାର ଆଲର୍ଟ ମଧ୍ୟ ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking