31.1 C
Bhubaneswar
Saturday, September 21, 2024
Homeଓଡିଶାଜନ୍ମମାଟିରେ ସହିଦ ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲଙ୍କ ମରଶରୀର

ଜନ୍ମମାଟିରେ ସହିଦ ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲଙ୍କ ମରଶରୀର

ବରଗଡ଼: ଜନ୍ମମାଟିରେ ସହିଦ ଓଡ଼ିଆ ଯବାନଙ୍କ ମରଶରୀର। ସହିଦଙ୍କ ପୈତୃକ ଗାଁ ବରଗଡ଼ ଭେଡେନ ବାଘପାଲି ଗାଁରେ ପହଞ୍ଚିଲା ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର। ମଧ୍ୟାହ୍ନରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଆଜି ସକାଳେ ବରଗଡ଼ରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନ ଜଣାଯାଇଥିଲେ ବରଗଡ଼ ଜିଲ୍ଲାପାଳ। ଏପଟେ କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଗାଁ। କାହାରି ଆଖିରୁ ଲୁହ ଶୁଖୁନି। ନୀଳାଞ୍ଚଳଙ୍କୁ ଶେଷ ଦର୍ଶନ ପାଇଁ ଜନସମୁଦ୍ର ପାଲଟିଛି।

ଶୁକ୍ରବାର ବିଳମ୍ବିତ ରାତିରେ ମଣିପୁରରେ ପାଟ୍ରୋଲିଂ ବେଳେ ସହିଦ ହୋଇଥିଲେ ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲ। ସେ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ । ବରଗଡ଼ ଭେଡେନ ବ୍ଲକ ବାଘପାଲିରେ ନୀଳାଞ୍ଚଳ ଘର। ୨୦୦୦ ମସିହାରେ ସେ ଆସାମ ରାଇଫଲରେ ଯୋଗ ଦେଇଥିଲେ । ଆସନ୍ତା ବର୍ଷ ୨୦୨୪ରେ କାର୍ଯ୍ୟରୁ ଅବସର ନେଇଥାନ୍ତେ। ତାଙ୍କ ଘରେ ବୃଦ୍ଧା ମାଆ , ପତ୍ନୀ ରାଶେଶ୍ବରୀ ପଟେଲ , ଦୁଇ ଝିଅଙ୍କ ସହ ବଡ଼ଭାଇ ନୀଳାମ୍ବର ପଟେଲ ଓ ଭାଉଜ ମଂଜୁଲତା ପଟେଲ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking