17.1 C
Bhubaneswar
Monday, November 25, 2024
Homeଓଡିଶାଜେଲ୍‌ରେ ପଡ଼ିଲା ହାତଗଣ୍ଠି: ପୀଡ଼ିତାଙ୍କୁ ବିବାହ କଲେ ଅଭିଯୁକ୍ତ

ଜେଲ୍‌ରେ ପଡ଼ିଲା ହାତଗଣ୍ଠି: ପୀଡ଼ିତାଙ୍କୁ ବିବାହ କଲେ ଅଭିଯୁକ୍ତ

କଟକ : ସ୍ଥାନୀୟ ସର୍କଲ ଜେଲରେ ବୁଧବାର ଜଣେ ବିଚାରାଧୀନ ଅଭିଯୁକ୍ତଙ୍କ ସହ ପୀଡ଼ିତାଙ୍କ ବିବାହ ହୋଇଛି । ଜେଲ ପରିସରରେ ଆୟୋଜିତ ୫ମ ବିବାହ ଉତ୍ସବରେ ଜେଲର ବିଚାରାଧୀନ କଏଦୀ କଟକ ଜିଲ୍ଲା ବାଦାମବାଡ଼ି ଥାନା ଅଧୀନ ଖାନ୍‌ନଗରର ଯୁବକ ତାପସ ବେହେରାଙ୍କ ସହ ପି. ସରକାର ଲେନ୍ ସାହିର ପୀଡ଼ିତା ସୁନୀତା ନାୟକଙ୍କ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍‌, ଚଣ୍ଡୀ ପ୍ରସାଦ ଫାଉଣ୍ଡେସନ୍ ଏବଂ ଚୌଦ୍ୱାର ଜେଲର ମିଳିତ ଆୟୋଜନରେ ବର ଓ କନ୍ୟାଙ୍କୁ ମେହେନ୍ଦି କରାଯାଇ ନୂତନ ବସ୍ତ୍ର ଓ ଅଳଙ୍କାରରେ ସଜାଇ ବେଦିକୁ ଅଣା ଯାଇଥିଲା । ପଣ୍ଡିତ ବିଶ୍ୱନାଥ ତ୍ରିପାଠୀ ଓ ପଣ୍ଡିତ ରାଜକିଶୋର ତ୍ରିପାଠୀଙ୍କ ବେଦପାଠ ଓ ମନ୍ତ୍ରଧ୍ୱନୀ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସମାଜସେବୀ ତଥା ଶିକ୍ଷବିତ୍ ଅମୀୟବାଳା ପରିଡ଼ା ଉପସ୍ଥିତ ରହି କନ୍ୟାଦାନ କାର୍ଯ୍ୟ ସମ୍ପନ୍ନ କରିଥିଲେ । ପରେ ବିବାହ ଘୋଷଣା ଚୁକ୍ତିପତ୍ରରେ ଉଭୟ ବରକନ୍ୟା ସ୍ୱାକ୍ଷର କରିଥିଲେ । ନବଦମ୍ପତି ଜେଲ୍ ପରିସରରେ ଏକ ଚାରାରୋପଣ କରିଥିଲେ । ଶ୍ରମତୀ ପରିଡ଼ାଙ୍କ ଦ୍ୱାରା ସମସ୍ତଙ୍କୁ ଭୋଜିଭାତରେ ଆପ୍ୟାୟିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜେଲ ଅଧିକ୍ଷକ ପ୍ରଦୀପ୍ତ ବେହେରା, ଜେଲର ବିଭେନ୍ଦୁ ଭୁୟାଁ, କାରା ମଙ୍ଗଳ ଅଧିକାରୀ ରାମକୃଷ୍ଣ ଦାସଙ୍କ ସମେତ ଜେଲର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ତଥା ଉଭୟ ବରକନ୍ୟାଙ୍କ ପିତାମାତା, ବନ୍ଧୁ ବାନ୍ଧବ, ସମ୍ପର୍କୀୟ ଉପସ୍ଥିତ ଥିଲେ । ଉଦ୍ଧାର ଫାଉଣ୍ଡେସନ୍‌ର ସଭାପତି ନରୋତ୍ତମ ଦାସ, ଉପ ସଭାପତିି ଗୋଲାପ ସିଂ, ଦିଲ୍ଲୀପ ସାହୁ, ସ୍ମୃତି ରଞ୍ଜନ ନାୟକଙ୍କ ସମେତ ଫାଉଣ୍ଡେସନ୍ ଓ ଚଣ୍ଡୀ ପ୍ରସାଦ ଫାଉଣ୍ଡେସନ୍‌ର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନା ଯୋଗ୍ୟଯେ ଅଭିଯୁକ୍ତ ତାପସ ଜେଲରେ ଥିବାବେଳେ ନିଜ କର୍ମପାଇଁ ଅନୁଶୋଚନା କରିବା ସହିତ ପୀଡ଼ିତାକୁ ଜୀବନସାଥୀ କରିବାପାଇଁ ଆଗ୍ରହ ପ୍ରକାଶ କରି ଜେଲ୍ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । ନିବେଦନକୁ ବିବେଚନା କରାଯାଇ ଉଭୟଙ୍କ ବିବାହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ଦୌରାଜଜ୍ (ପୋକ୍ସ କୋଟ) ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking