16.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶମହିଳାଙ୍କ ବିବାହ ବୟସ ହ୍ରାସ ନହେଉ : ବିଧି ଆୟୋଗ

ମହିଳାଙ୍କ ବିବାହ ବୟସ ହ୍ରାସ ନହେଉ : ବିଧି ଆୟୋଗ

ନୂଆଦିଲ୍ଲୀ : ମହିଳା ସର୍ବନିମ୍ନ ବିବାହ ବୟସ ସୀମା ୧୮ ବର୍ଷରୁ ୧୬ବର୍ଷକୁ ହ୍ରାସ ନ କରିବା ଲାଗି ବିଧି ଆୟୋଗ ସରକାରଙ୍କ ପରାମର୍ଶ ଦେଇଛନ୍ତି । ଜଷ୍ଟିସ ଋତୁରାଜ ଅଗସ୍ତିଙ୍କ ନେତୃତ୍ବ ୨୨ତମ ବିଧି ଆୟୋଗ ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଦେଇଥିବା ରିପୋର୍ଟରେ ଏପରି ପରାମର୍ଶ ଦେଇଛି। ପୋକ୍‌ସୋ ଆଇନ ଅନୁଯାୟୀ ମହିଳାଙ୍କ ସର୍ବନିମ୍ନ ବୟସ ସୀମା ୧୮ବର୍ଷ ରହିଛି । ଏହି ବୟସ ସୀମା ୧୬ବର୍ଷକୁ ହ୍ରାସ କରିବା ଲାଗି ସରକାର ଯୋଜନା କରୁଥିବାବେଳେ ଆୟୋଗ ଏହାକୁ ନାପସନ୍ଦ କରିଛନ୍ତି।

ବିବାହ ବୟସ ସୀମା ହ୍ରାସ କରାଯିବା ଦ୍ବାରା ଏହାର ନକାରାତ୍ମକ ପ୍ରଭାବ ସମ୍ପର୍କରେ ଆୟୋଗ ସରକାରଙ୍କୁ ଚେତାବନୀ ନେଇଛନ୍ତି। ଆୟୋଗ କହିଛନ୍ତି ଯେ ବୟସ ସୀମା ହ୍ରାସ ଦ୍ବାରା ନାବାଳିକା ବିବାହ ଓ ଶିଶୁ ଚାଲାଣ ଭଳି ଅପରାଧକୁ ରୋକିବାରେ ସମସ୍ୟା ସୃଷ୍ଟି ହେବ। ୧୬ରୁ ୧୮ବର୍ଷର ଯୁବତୀଙ୍କ ସହିତ ଯୌନ ସମ୍ପର୍କକୁ ଅପରାଧ ମୁକ୍ତ କରାଗଲେ ପୋକ୍‌ସୋ ଆଇନର ମଧ୍ୟ ଗୁରୁତ୍ବ ହ୍ରାସ ପାଇବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking