19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶହ୍ୱାଟସଆପ୍ ବିକ୍ରି କରିପାରନ୍ତି ଜୁକରବର୍ଗ

ହ୍ୱାଟସଆପ୍ ବିକ୍ରି କରିପାରନ୍ତି ଜୁକରବର୍ଗ

ନ୍ୟୁୟର୍କ : ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାର ରେଭିନ୍ୟୁରେ ପ୍ରଥମ ଥର ହ୍ରାସ ଦେଖିବାକୁ ମିଳିଛି। ୨୦୨୨ ର ଦ୍ବିତୀୟ ତ୍ରୟମାସିକ ରେଭିନ୍ୟୁରେ ଡ୍ରପ୍ ଦେଖିବାକୁ ମିଳିଛି। ଏହାର ପ୍ରଭାବ କମ୍ପାନୀର ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପରେ ଦେଖିବାକୁ ମିଳିପାରେ। କମ୍ପାନୀ ଏହାକୁ ବିକ୍ରି କରିପାରେ। ରିପୋର୍ଟ ଅନୁସାରେ, ମେଟାର ଟୋଟାଲ ରେଭିନ୍ୟୁ ୧ ପ୍ରତିଶତ ଡ୍ରପ୍ ଦେଖାଯାଇଛି। ଏହାଦ୍ବାରା ଏହାର ରୋଜଗାର କମ୍ ହୋଇ ୨୮.୮ ବିଲିୟନ ଡଲାର ହୋଇଯାଇଛି। କମ୍ପାନୀ ଏହା ମଧ୍ୟ ଅନୁମାନ କରିଛି ଯେ, ତୃତୀୟ ତ୍ରୟମାସିକରେ ମଧ୍ୟ ଏଥିରେ ହ୍ରାସ ଦେଖିବାକୁ ମିଳିପାରେ। କମ୍ପାନୀର ଅନୁମାନ ଅନୁସାରେ, ଏହାର ଆୟ ତୃତୀୟ ତ୍ରୟମାସିକରେ ପ୍ରାୟ ୨୦ ହଜାର ଅରବ ଟଙ୍କାରେ ପହଁଞ୍ଚିପାରେ। ଫେସବୁକ୍ ବ୍ୟତୀତ ମେଟାର ମଧ୍ୟ ଓଭରଅଲ୍ ପ୍ରଫିଟ୍ ୩୬ ପ୍ରତିଶତ ହ୍ରାସ ପାଇ ୬.୭ ବିଲିୟନ ଡଲାର ରହି ଯାଇଛି। ଫେସବୁକର ମେଟାଭର୍ସକୁ ନେଇ ବଡ ଯୋଜନା ରହିଛି ଓ ଏହା ଉପରେ କମ୍ପାନୀ ପୂର୍ବରୁ ହିଁ ବିଲିୟନ ଡଲାର ନିବେଶ କରିଛି। ମେଟାର ଏକ ଖାସ୍ ଡିଭିଜନ୍ ରିଆଲିଟି ଲାବସ୍ ମାର୍କ ଜୁକରବର୍ଗଙ୍କ ମେଟାଭର୍ସ ଡ୍ରୀମ୍ ଉପରେ କାମ କରୁଛି। ଏହି ଡିଭିଜନରେ ଗତ ମାସ ୨.୮ ବିଲିୟନ୍ କ୍ଷତି ହୋଇଥିବାର ରେକର୍ଡ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking