20.1 C
Bhubaneswar
Friday, November 22, 2024
Homeଓଡିଶାଗଞ୍ଜେଇ ଚାଲାଣକାରୀଙ୍କୁ ୪ ବର୍ଷ କାରାଦଣ୍ଡ

ଗଞ୍ଜେଇ ଚାଲାଣକାରୀଙ୍କୁ ୪ ବର୍ଷ କାରାଦଣ୍ଡ

ସମ୍ବଲପୁର: ସମ୍ବଲପୁର ଜିଲା ଅବକାରୀ ବିଭାଗର ସଦର ରେଞ୍ଜ ପକ୍ଷରୁ ଗତ ବର୍ଷ ଜୁଲାଇ ୨୨ ତାରିଖରେ ଏକ ଚଢ଼ଉ ସମୟରେ ସଦର ଥାନାଞ୍ଚଳ ଭୋଇପାଲି ନିବାସୀ ମହେନ୍ଦ୍ର ଡିଲଙ୍କୁ ୧.୫ କିଗ୍ରା ଗଞ୍ଜେଇ ସମେତ ଗିରଫ କରାଯାଇଥିଲା। ଏଣୁ ଏକ ମାମଲା ରୁଜୁ କରାଯାଇ ଅବକାରୀ ବିଭାଗ ତରଫରୁ ଅଭିଯୁକ୍ତଙ୍କୁ ଅଦାଲତଙ୍କ ମାଧ୍ୟମରେ ଜେଲ ହାଜତକୁ ପଠାଯାଇଥିଲା।

ଏହି ମାମଲାର ଶୁଣାଣି ସମୟରେ ଜିଲା ସ୍ୱତନ୍ତ୍ର ବିଚାରପତି ଅଭିଯୁକ୍ତ ମହେନ୍ଦ୍ର ଡିଲଙ୍କୁ ଦୋଷୀ ରୂପେ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କାର ଜରିମାନା ଆଦାୟ ପାଇଁ ଫଇସଲା ଦେଇଛନ୍ତି। ଏହି ମାମଲାକୁ ସ୍ୱତନ୍ତ୍ର ପିପି ଜ୍ଞାନରଞ୍ଜନ ପଣ୍ଡା ସରକାରଙ୍କ ତରଫରୁ ପରିଚାଳନା କରୁଥିବା ବେଳେ ଆଇନଜୀବୀ ଜେ. କେ. ହୋତା ଓ ସାଥି ମାନେ ଅଭିଯୁକ୍ତଙ୍କ ତରଫରୁ ମାମଲାକୁ ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking