20.1 C
Bhubaneswar
Tuesday, November 19, 2024
Homeଓଡିଶାବିଏସ୍ଏଫ୍ ଯବାନଙ୍କ ନୁତନ ଶିବିର ଉପରେ ମାଓବାଦୀଙ୍କ ଆକ୍ରମଣ

ବିଏସ୍ଏଫ୍ ଯବାନଙ୍କ ନୁତନ ଶିବିର ଉପରେ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁରରୁ ଆସିଛି ଏକ ସାଂଘାତିକ ଘଟଣା । ମାଓବାଦୀମାନେ ଯବାନଙ୍କ ଶିବିର ଉପରେ ରକେଟ ମାଡ଼ କରିଛନ୍ତି । ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଇରକଭଟ୍ଟି ଶିବିର ଉପରେ ମାଓବାଦୀମାନେ ଲଗାତାର ଭାବେ ୟୁବିଜିଏଲ ଫାୟର କରୁଥିବା ଚିତ୍ର ଦେଖିବାକୁ ମିଳିଛି। ମାଓବାଦୀମାନେ ଦେଶୀ ୟୁବିଜିଏଲ ଫାୟାର୍ କରୁଛନ୍ତି, ଠିକ୍ ସେତିକି ବେଳେ ଜଣେ ଯବାନ ଦୌଡ଼ି ଯାଉଥିବା ସମୟରେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ମାଓବାଦୀଙ୍କ ଆକ୍ରମଣକୁ ପ୍ରତିହତ କରି ଲାଲବାହିନୀକୁ ଯବାନମାନେ ଘଉଡ଼ାଇବାରେ ସଫଳ ହୋଇଥିଲେ। ଗତ କିଛି ଦିନ ପୁର୍ବେ ଏଠାରେ ବିଏସ୍ଏଫ୍ ଯବାନଙ୍କ ନୁତନ ଶିବିର ସ୍ଥାପନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking