ଛତିଶଗଡ଼: ଚଳିତ ବର୍ଷ ଛତିଶଗଡ଼ରେ ଲଗାତାର ମାଓ ଆଟାକ ଦେଖିବାକୁ ମିଳୁଛି । ଗୋଟେ ପରେ ଗୋଟେ ମାଓ ଆଟାକ ହେବାରେ ଲାଗିଛି । ମାଓଙ୍କ ଆକ୍ରମଣରେ କେଉଁଠି ଯବାନ ଆହତ ହେଲେଣି ତ କେଉଁଠି ଫରେଷ୍ଟ କର୍ମଚାରୀ ।
ତେବେ ପୁଣି ଏକ ମାଓ ଆକ୍ରମଣରେ ପ୍ରାଣ ହରାଇଛନ୍ତି ୨ଯବାନ । ଛତିଶଗଡ଼ ନାରାୟଣପୁର ଜିଲ୍ଲା କାଡେମେଟାରେ ହୋଇଛି ଏହି ମାଓ ହମଲା । ମାଓବାଦୀଙ୍କ ଗୁଳି ମାଡ଼ରେ ୨ ଯବାନ ସହିଦ ହୋଇଛନ୍ତି । ଯବାନଙ୍କଠାରୁ ବନ୍ଧୁକ, ଗୁଳିଗୋଳା ଛଡ଼ାଇ ନେଇଥିବା ସୂଚନା ମିଳିଛି । ଆମ୍ବୁସ ଲଗାଇ ଯବାନଙ୍କ ଉପରେ ହମଲା କରିଥିଲେ ମାଓବାଦୀ ।
୨୩ ମାର୍ଚ୍ଚ ୨୦୨୧ରେ, ଛତିଶଗଡର ନାରାୟଣପୁର ଜିଲ୍ଲାର ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ ସହିତ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କୁ ନେଇ ଏକ ବସ୍ ବିସ୍ଫୋରଣ କରିବା ସମୟରେ ପାଞ୍ଚଜଣ ଜିଲ୍ଲା ରିଜର୍ଭ ଗାର୍ଡ (ଊଜଏ) କର୍ମଚାରୀ ସହିଦ ହୋଇଥିଲେ ଏବଂ ୧୩ ଜଣ ଆହତ ହୋଇଥିଲେ । ମାଓବାଦୀ ଗୋଷ୍ଠୀ ପାମେଡ, କୋଣ୍ଟା, ଜାଗରଗୁଣ୍ଡା, ଏବଂ ବାସାଗୁଡା ଅଞ୍ଚଳ କମିଟିର ମାଓବାଦୀ ପ୍ଲାଟୁନ୍ ସହିତ ଜଡିତ ବିଦ୍ରୋହୀମାନଙ୍କ ଦ୍ୱାରା ଏ ସମସ୍ତ ବିସ୍ଫୋରଣ କରାଯାଇଥିଲା ।