18.1 C
Bhubaneswar
Monday, November 25, 2024
Homeକରୋନାକରୋନା ୨.୦: ଘରେ ଘରେ ଦିଆଯିବ ଟିକା

କରୋନା ୨.୦: ଘରେ ଘରେ ଦିଆଯିବ ଟିକା

ନୂଆଦିଲ୍ଲୀ: ଦେଶରେ ସ୍ପୁଟନିକ ଭି ନୂଆ ଭ୍ୟାକ୍ସିନର ପ୍ରବେଶ ପରେ ଏବେ ଲୋକଙ୍କ ଘରକୁ ଯାଇ ଟିକା ଦେବାର ପ୍ରସ୍ତୁତି ହେଉଛି । ଦେଶର ଅନେକ ଅନେକ କମ୍ପାନୀମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କୁ ଡୋର ୍‌ଷ୍ଟେପ ଭ୍ୟାକ୍ସିନେସନ ପାଇଁ ସଂପର୍କ ମଧ୍ୟ କରିଛନ୍ତି । ଆଗାମୀ କିଛି ଦିନରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି । ଦେଶରେ କରୋନା ସଂକ୍ରମଣ ବଢୁଥିବା ସମୟରେ ଟିକାକରଣ ମଧ୍ୟ କ୍ଷୀପ୍ର ଗତିରେ ଚାଲିଛି । ୧୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆସରିଛି । ସ୍ପୁଟନିକ ଭି ସହିତ ଘରକୁ ଘର ଯାଇ ଟିକା ଦେବାକୁ ଯୋଜନା କରାଯାଉଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁୂସାରେ, ସରକାରଙ୍କ ଯୋଜନା ରହିଛି ଯେ, ଆଗାମୀ ତିନି ମାସରେ ଦେଶର ଏକ ବିରାଟ ଜନସଂଖ୍ୟାଙ୍କୁ ଟିକା ଦିଆଯାଉ । ଏଥିପାଇଁ ୪୫ ବର୍ଷରୁ କମ୍ ବୟସର ଲୋକଙ୍କୁ ବି ଟିକା ଦିଆଯିବାକୁ ଅନୁମତି ଦେବା ପାଇଁ ଯୋଜନା ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ଅନୁସାରେ, ଅନମତି ମିଲିବା ମାତ୍ରେ ଲୋକଙ୍କୁ ଘରକୁ ଘର ଯାଇ ଟିକା ଦେବାର ଅନୁମତି ମିଳିପାରେ ।
ଅନେକ ମେଡିସିନ କମ୍ପାନୀମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ଦେଇଛୁ, ଯେଉଁଥିରେ ଏହି କମ୍ପାନୀମାନେ ଘରୋଇ କମ୍ପାନୀଙ୍କ ଟିକାଠୁ ଆରମ୍ଭ କରି ସରକାରୀ ଟିକାକୁ ଲୋକଙ୍କ ଘରେ ଲଗାଇବାକୁ କଥା ହୋଇଛି । ଏଥିପାଇଁ ଏହି କମ୍ପାନୀମାନେ ପ୍ରତି ବ୍ୟକ୍ତି ୨୫ ଟଙ୍କାରୁ ଆରମ୍ଭ କରି ୩୭ ଟଙ୍କା ପର୍ଯ୍ୟନ୍ତ ନେବା ପାଇଁ ଅନୁମତି ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଏବେ କୌଣସି କମ୍ପାନୀକୁ ଅନୁମତି ଦିଆଯାଇନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଯଦି ଲୋକଙ୍କୁ ଘରେ ଘରେ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ, ତେବେ ଆରମ୍ଭରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଜ ସରକାରୀ ନେଟୱାର୍କ ବ୍ୟବହାରରେ ଏମିତି କରିବ ।
ଆଗାମୀ କିଛି ମାସ ମଧ୍ୟରେ ଦେଶର ବୟସ୍କ ଲୋକଙ୍କୁ ସଂପୂର୍ଣ୍ଣ ଭାବରେ ଟିକାକରଣ କରାଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଯେଉଁ ପଦକ୍ଷେପ ନେବା ଦରକାର ତାର ପ୍ରସ୍ତୁତି ହୋଇସାରିଛି ।
ଆଗାମୀ କିଛି ମାସରେ ଖୁବଶୀଘ୍ର ଆଉ କିଛି ଭ୍ୟାକ୍ସିନ ଲଗାଇବାକୁ ଅନୁମତି ମିଳିଯିବ । ଦେଶରେ ଆବଶ୍ୟକ ହିସାବରେ ଜଲଦି ଅନ୍ୟ ବୟସର ଲୋକଙ୍କୁ ଟିକାକରଣ ନେଇ ଯୋଜନା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking