26.1 C
Bhubaneswar
Saturday, March 14, 2026
Homeଓଡିଶାବିଜେଡି ସରକାରର ଅନେକ ନେତା ହଂସିତାଙ୍କୁ କରୁଥିଲେ ସହାୟତା !

ବିଜେଡି ସରକାରର ଅନେକ ନେତା ହଂସିତାଙ୍କୁ କରୁଥିଲେ ସହାୟତା !

ଭୁବନେଶ୍ୱର: ଠକ ଯୋଡ଼ି ହଂସିତା-ଅନୀଲଙ୍କ ଚିତାକଟା ନେଟୱାର୍କର ପଲିଟିକାଲ୍ ଲିଙ୍କ୍ । ଚର୍ଚ୍ଚାରେ ଥିବା ଦୁଇ ପୂର୍ବତନ ମନ୍ତ୍ରୀ ଓ ୨ ବିଧାୟକଙ୍କ ମୁଖା ଖୋଲିପାରେ। ଖଣି ମାଫିଆ, ଠିକାଦାର, ମଦ ମାଫିଆଙ୍କ ଭଳି ବଳଶାଳୀ ଏବଂ ପ୍ରଭାବଶାଳୀଙ୍କ ଗୁପ୍ତ ପଞ୍ଜିକା ଖୁବଶୀଘ୍ର ସାମନାକୁ ଆସିବ। ଏହାରି ଭିତରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ବରଗଡ଼ର ବିଜେପି ସାଂସଦ ପ୍ରଦୀପ ପୁରୋହିତ। ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଂକ୍ ଥିଲା ବୋଲି ସେ କହିଛନ୍ତି।

ସବୁ ନିୟମ କାନୁନକୁ ଭାଙ୍ଗି ତାଙ୍କୁ ପର୍ଯ୍ୟାପ୍ତ କାମ ଦିଆଯାଉଥିବା ଏବଂ ଏଥିରେ ଶହ ଶହ କୋଟି ଲୁଟ୍ ହୋଇଥିବା ପ୍ରଦୀପ ଅଭିଯୋଗ କରିଛନ୍ତି। ଏହି ପୂର୍ବତନ ମନ୍ତ୍ରୀଙ୍କ ସମେତ ଜଣେ ଦୁଇଜଣ ବିଧାୟକ ବି ଏଥିରେ ସଂପୃକ୍ତ ଥିବା ସେ କହିଛନ୍ତି। ଯେଉଁ ନେତା ଓ ମନ୍ତ୍ରୀମାନେ ଏଥିରେ ସାମିଲ ଥିଲେ ସେମାନେ ସମସ୍ତେ ତଦନ୍ତ ପରିସରଭୁକ୍ତ ହେବା କଥା ଓ ସବୁ ବଡ଼ ବଡ଼ିଆଙ୍କୁ ଧରିବା ଜରୁରୀ । ହଂସିତା ଓ ଅନୀଲଙ୍କ ଯୋଡ଼ି କୋଟି କୋଟି ଟଙ୍କା ଲୋକଙ୍କଠୁ ଠକିଥିବା ଅଭିଯୋଗ ହୋଇଥିଲା। ଏହି ଠକେଇରେ କିଛି ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବା ସୁରାକ୍ ପାଇଛି ପୋଲିସ୍। ହେଲେ ପ୍ରଦୀପଙ୍କ ଆଜିର ବୟାନ ଅନେକ ପ୍ରଶ୍ନ ଛିଡ଼ା କରିଛି।

୧୨ ଦିନର ଖାଳତାଡ଼ ଭିତରେ ଟେରା କରିଛି ସମ୍ପତ୍ତିର ପରିମାଣ। ନାମୀ ଦାମୀ ସାତ ସାତଟି ବିଳାସମୟ ଦାମୀ କାର୍ ସହ ମିଳିଲାଣି ଶହେ କୋଟିରୁ ଅଧିକ ସମ୍ପତ୍ତିର ସୁରାଗ୍। ହେଲେ ‘ଚାର୍ ଶୋ ବିଶ୍’ ଯୋଡ଼ିଙ୍କ ଚିତାକଟା ସିଣ୍ଡିକେଟ ପଛରେ କିଏ ସେ ନେଇ ଖୋଳତାଡ଼ ଚାଲିଛି। ଏ ଚିତାକଟା ଯୋଡ଼ି ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ। ଆଉ ଠୁଳ କରିଥିଲେ ଗାଡ଼ିଘୋଡ଼ା ସହ କୋଠାବାଡ଼ି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking