ବ୍ୟୁରୋ : ପିଲା ଚାହୁନଥିଲା ସ୍ୱାମୀ ସେଥିପାଇଁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ନୃଶଂସ ସ୍ୱାମୀ । ନିଜ ପାଞ୍ଚ ମାସର ଗର୍ଭବତୀ ପତ୍ନୀଙ୍କୁ ଜୀଅନ୍ତା ଜାଳିଦେଲା ସ୍ୱାମୀ । ପିଲାକୁ ନେଇ ପ୍ରଥମେ ସ୍ୱାମୀ -ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସ୍ୱାମୀ ପିଲା ଚାହୁନଥିଲେ । ତେଣୁ ସ୍ତ୍ରୀଙ୍କୁ ଗର୍ଭପାତ କରାଇବାକୁ କହିଥିଲେ । କିନ୍ତୁ ପତ୍ନୀ ମନା କରିଦେଇଥିଲେ । ଏହାପରେ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ଜୀବନ୍ତ ଜାଳି ଦେଇଥିଲେ । ଫଳରେ ଗୁରୁତର ଭାବରେ ପୋଡ଼ି ହୋଇଯାଇଥିଲେ ସ୍ତ୍ରୀ । ଶେଷର ପିଲା ସହ ପତ୍ନୀଙ୍କର ମୃତ୍ୟୁ ହୋଇଛି ।
ଘଟଣା ଲିବିୟାର ଯେଉଁଠାରେ, ୨୧ ବର୍ଷୀୟ ହାନା ମୋହମ୍ମଦ ଖୋଡାରୀଙ୍କୁ ପିଲାଜନ୍ମ ନକରିବାକୁ କହିଥିଲେ ତାଙ୍କ ସ୍ୱାମୀ । ଆଉ ହାନା ମନା କରିବାରୁ ରାଗିଯାଇ ତାଙ୍କ ଦେହରେ ନିଆଁ ଲଗାଇଦେଇଥିଲେ ସ୍ୱାମୀ । ତେବେ ହାନାଙ୍କୁ ରାଜଧାନୀ ତ୍ରିପାଲିର ଏକ ହସ୍ପିଟାଲରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପ୍ରଥମେ ମୃତ ପିଲାଟିକୁ କାଢ଼ି ହାନାଙ୍କ ଜୀବନ ବଞ୍ଚାଇବାକୁ ଚାହିଥିଲେ । କିନ୍ତୁ ଶେଷରେ ହାନା ମଧ୍ୟ ଜୀବନ ଯୁଦ୍ଧରେ ହାରିଯାଇଥିଲା । ତେବେ ପୋଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିବା ସହ ମାମଲାର ତଦନ୍ତ ଜାରି କରିଛି ।