ନୂଆଦିଲ୍ଲୀ : ପ୍ରଖ୍ୟାତ ଶିକ୍ଷାବିତ୍ ମନୋଜ ସୋନି ମଙ୍ଗଳବାର କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି) ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୨୨ ଏପ୍ରିଲ ୫ରୁ ସେ ୟୁପିଏସ୍ସିର କାମଚଳା ଅଧ୍ୟକ୍ଷ ଦାୟିତ୍ୱ ବହନ କରିଆସୁଥିଲେ । ମନୋଜ ପୂର୍ବରୁ ଗୁଜରାଟର ବାବାସାହେବ ଆମ୍ବେଦକର ଓପନ ୟୁନିଭର୍ସିଟୀ ଏବଂ ବରୋଦାର ମହାରାଜା ସାୟାଜୀରାଓ ୟୁନିଭର୍ସିଟୀ କୁଳପତିଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ୨୦୧୭ ଜୁନ୍ ୨୮ରେ ସେ ୟୁପିଏସ୍ସି ସଦସ୍ୟଭାବେ ନିଯୁକ୍ତି ପାଇଥିଲେ । ୟୁପିଏସ୍ସିରେ ଅଧ୍ୟକ୍ଷଙ୍କ ସମେତ ମୋଟ ୧୧ ଜଣ ସଦସ୍ୟ କାର୍ଯ୍ୟ କରିବାର ବ୍ୟବସ୍ଥା ଥିଲେ ସୁଦ୍ଧା ବର୍ତ୍ତମାନ ୫ଟି ସଦସ୍ୟ ପଦ ଖାଲିପଡିଛି ।