ଭୁବନେଶ୍ୱର: ରାଜ୍ୟ ବିଜେପିର ହୋଇପାରେ ପୁର୍ନରଗଠନ । ନୂଆ ଟିମ୍ ଗଠନ କରିପାରନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବା ପରେ ଏଭଳ କିଛି ଆକଳନ କରାଯାଉଛି । ଆଜି ଦିଲ୍ଲୀରେ ଜେପି ନଡ୍ଡାଙ୍କୁ ଭେଟି ଦଳୀୟ ସଂଗଠନ ନେଇ ଆଲୋଚନା କରିଛନ୍ତି ମନମୋହନ ସାମଲ । ସନ୍ଧ୍ୟାରେ ଭୁବନେଶ୍ୱର ପହଂଚି ଦଳୀୟ କାର୍ଯ୍ୟାଳୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଜେପି ନଡ୍ଡାଙ୍କ ସହ ଆଲୋଚନା ସମୟରେ ଓଡ଼ିଶାର ଦଳୀୟ ସଂଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜେପି, ଦଳକୁ ମଜଭୁତ କରିବା ପାଇଁ ଉଦ୍ୟମ ଜାରି ରହିଛି ।
୩୭ ହଜାର ବୁଥରେ ପହଂଚି ଦଳର ବର୍ତା ପହଂଚାଇବାର ଲକ୍ଷ୍ୟ ରଖାଯାଇଛି । ଯେଉଁ ଯେଉଁ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଦୂର୍ବଳ ରହିଛି, ସେହି ସବୁ ଆସନକୁ ଅଧିକ ଫକୋସ୍ କରିବାକୁ ଲକ୍ଷ୍ୟ ରଖିଛି ଦଳ । ଏଭଳି ଆସନର ଦାୟୀତ୍ୱ ଦଳର ତୁଙ୍ଗ ଓ ଅଭିଜ୍ଞ ନେତାଙ୍କୁ ଦିଆଯିବ । ଏସବୁ ଭିତରେ ବିଜେପି ପ୍ରତି ସଂସଦୀୟ କ୍ଷେତ୍ରକୁ ଧ୍ୟାନ ଦେଉଛି ଦଳ । ଏହି କ୍ରମରେ କେନ୍ଦ୍ରରୁ ମନ୍ତ୍ରୀମାନେ ଆସି, ଓଡ଼ିଶାର ବିଭିନ୍ନ ସଂସଦୀୟ କ୍ଷେତ୍ରକ ଅନୁଧ୍ୟାନ କରୁଛି । ତେବେ ମନମୋହନ ସାମିଲ ଦିଲ୍ଲୀରୁ ଓଡ଼ିଶା ଫେରିବା ପରେ ଯେଉଁ ନୂଆ ଟିମ୍ ଗଠନ କଥା କୁହାଯାଉଛି, ତାର ରୁପରେଖ କ’ଣ ତାହା ସ୍ପଷ୍ଟ ହେବ ।