17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶବଢ଼ିଲା ମନୀଷ ସିସୋଦିଆଙ୍କ ଅଡ଼ୁଆ; ଜେଲ୍‌ରେ ୮ ଘଣ୍ଟାର ଜେରା ପରେ ଗିରଫ କଲା ଇଡି

ବଢ଼ିଲା ମନୀଷ ସିସୋଦିଆଙ୍କ ଅଡ଼ୁଆ; ଜେଲ୍‌ରେ ୮ ଘଣ୍ଟାର ଜେରା ପରେ ଗିରଫ କଲା ଇଡି

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ମନି ଲଣ୍ଡରିଂ ମାମଲାରେ ଗୁରୁବାର ପ୍ରାୟ ୮ ଘଣ୍ଟା ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି । ଦିଲ୍ଲୀ ଅବକାରୀ ପଲିସି ଘେଟାଲାରେ ମନି ଲଣ୍ଡରିଂ ମାମଲାର ଇଡି ତଦନ୍ତ କରୁଛି । ସୂଚନା ଅନୁସାରେ ଇଡି ତାଙ୍କୁ ଦୁଇଦିନ ଧରି ପଚରା ଉଚରା ଚଳାଇଥିଲା ।

ଏଜେନ୍ସି ପ୍ରଥମେ ମାର୍ଚ୍ଚ ୭ ତାରିଖରେ ତାଙ୍କୁ ୬ ଘଣ୍ଟା ଜେରା କରିଥିଲା । ଏହାପରେ ଗୁରୁବାର ୨ ଘଣ୍ଟା ପଚରା ଉଚରା କରିଥିଲା । ସୂତ୍ର ଅନୁସାରେ ଏହି ଅବସରରେ ସିସୋଦିଆ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ, ଏହା ପରେ ତାଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ ସିବିଆଇ ତାଙ୍କୁ ଫେବୃଆରୀ ୨୬ରେ ଗିରଫ କରିଥିଲା । ୭ ଦିନର ସିବିଆଇ ରିମାଣ୍ଡ୍ ପରେ ମାର୍ଚ୍ଚ ୬ ତାରିଖରେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ତିହାର ଜେଲ୍ ହାତକୁ ପଠାଇ ଦେଇଥିଲେ ।

ଅନ୍ୟପକ୍ଷରେ ସିସୋଦିଆଙ୍କୁ ଇଡି ଗିରଫ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ବିଜେପିକୁ ଜୋର୍‌ଦାର ଆକ୍ରମଣ କରିଛନ୍ତି । ସେ ଟ୍ୱିଟ୍ କରିଛନ୍ତି, ‘ପ୍ରଥମେ ମନୀଷଙ୍କୁ ସିବିଆଇ ଗିରଫ କରିଥିଲା । ସିବିଆଇକୁ କୌଣସି ପ୍ରମାଣ କିମ୍ବା ଅର୍ଥ ମିଳିନଥିଲା । ଆସନ୍ତାକାଲି ତାଙ୍କର ଜାମିନ ଆବେଦନର ଶୁଣାଣି ଥିବାବେଳେ ଆଜି ଇଡି ଗିରଫ କରିଛି । ମନୀଷଙ୍କ ଯେକୌଣସି ପ୍ରକାରେ ଜେଲ୍‌ରେ ବନ୍ଦକରି ରଖିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ । ଜନତା ଦେଖୁଛନ୍ତି, ଏହାର ଜବାବ ଦେବେ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking