29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମନୀଷ୍ ସିସୋଦିଆଙ୍କ ଜାମିନ୍ ଆବେଦନର ଆଜି ଆସିବ ରାୟ

ମନୀଷ୍ ସିସୋଦିଆଙ୍କ ଜାମିନ୍ ଆବେଦନର ଆଜି ଆସିବ ରାୟ

ନୂଆଦିଲ୍ଲୀ: ବେଲ୍ ନା ପୁଣି ଜେଲ୍ ଯିବେ ମନିଷ୍ ସିସୋଦିଆ। ଦିଲ୍ଲୀ ମଦ ଘୋଟାଲାରେ ଆଜି ଆସିବ ‘ସୁପ୍ରିମ’ ଶୁଣାଣି । ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କ ଜାମିନ୍ ଆଦେବନର ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ । ଜଷ୍ଟିଷ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍  ଏସବିଏନ ଭଟ୍ଟିଙ୍କ ଖଣ୍ଡପୀଠ, କେନ୍ଦ୍ରୟୀ ଯାଞ୍ଚ ଏଜେନ୍ସି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ମନୀଷ ସିସୋଦିଆଙ୍କ ବିରୋଧରେ ଯାଞ୍ଚ ହୋଇଥିବା ମାମଲାର ରାୟ ଶୁଣାଣି କରିବେ ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବେଳେ ଇଡି ଓ ସିବିଆଇକୁ ପ୍ରଶ୍ନ କରିଥିଲେ । ମନିଷ୍ ସିସୋଦିଆଙ୍କ ଜାମିନ୍ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଅକ୍ଟୋବର ୧୭ ତାରିଖରେ ରାୟ ସୁରକ୍ଷିତ ରଖିଥିଲେ । ଦିଲ୍ଲୀ ମଦ ଦୁର୍ନିତୀ କେସ୍‌ରେ  ମନୀଷ୍ ସିସୋଦିଆ ଫେବ୍ରୁଆରି ମାସରୁ  ଜେଲରେ ରହିଛନ୍ତି । ଆମ୍ ଆଦମୀ ପାର୍ଟି ବାରମ୍ବାର ତାଙ୍କର ଛାଡିବା ନେଇ ଦାବି କରିଆସୁଛି ।

ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ପୂର୍ବରୁ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ମାତ୍ର ତାଙ୍କ ଯାଚିକାକୁ ଖାରଜ କରିଦେଇଥିଲେ କୋର୍ଟ । ପରେ ଦିଲ୍ଲୀ ଉଚ୍ଚ ଅଦାଲତଙ୍କ ରାୟକୁ ସୁପ୍ରମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସିସୋଦିଆ । ସର୍ବୋଚ୍ଚ ଅଦାଲତଙ୍କ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି ବେଳେ କହିଛନ୍ତି, କୌଣସି ବ୍ୟକ୍ତିଙ୍କୁ ଅନିଶ୍ଚିକାଳ ପାଇଁ ଜେଲରେ ରଖିହେବ ନାହିଁ । ଏହାଛଡ଼ା ଯଦ କୌଣସି ରାଜନୈତିକ ଦଳ ନିୟମରେ ପରିବର୍ତ୍ତନ କରି ଲାଭଖୋର୍ ହୋଇଛି, ତେବେ ପଲିଟିକାଲ୍ ପାର୍ଟିକୁ କାହିଁକି ଅଭିଯୁକ୍ତ କୁହାଯିବ ନାହିଁ ବୋଲି ଖଣ୍ଡପୀଠ ସିବିଆଇ ଓ ଇଡି ଅଧିକାରୀଙ୍କୁ ପଚାରିଥିଲେ । ତେବେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଆଜି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking