24.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଜୀବନ ନେଉଛି ମଣିପୁର ହିଂସା: ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ, ୭ ଯବାନ୍ ଗୁରୁତର

ଜୀବନ ନେଉଛି ମଣିପୁର ହିଂସା: ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ, ୭ ଯବାନ୍ ଗୁରୁତର

ଇମ୍ଫାଲ: ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ପୁଣି ଥରେ ହିଂସା ଓ ଅଶାନ୍ତିର ବହ୍ନି ଜଳିଉଠିଛି । ନୂଆବର୍ଷର ପ୍ରଥମ ଦିନ ଅର୍ଥାତ୍ ସୋମବାର ଦିନ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୪ଜଣଙ୍କ ମୃତ୍ୟୁ ପରେ ମଣିପୁରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଜାରି ହୋଇଥିବା ବେଳେ ମଙ୍ଗଳବାର ଦିନ ମଣିପୁର ପୁଲିସ୍ ଏବଂ ବିଏସଏଫ୍ ଯବାନଙ୍କ ଉପରେ ଆକ୍ରମଣ ହୋଇଛି । ରିପୋର୍ଟ ଅନୁସାରେ କର୍ଫ୍ୟୁ ସତ୍ତ୍ୱେ ମୋରେହ ଅଞ୍ଚଳରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦଶର୍ନ କରୁଥିବା କିଛି ଲୋକଙ୍କୁ ଘଉଡାଇବା ପାଇଁ ସେନା ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା । କିନ୍ତୁ ସାଧାରଣ ଲୋକଙ୍କ ଭିଡ ମଧ୍ୟରେ ଲୁଚିରହି କିଛି ଦୁର୍ବୃତ୍ତ ସେନା ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏଥିରେ ମଣିପୁର ପୁଲିସ୍‌ର ୨ କର୍ମୀ ଏବଂ ବିଏସ୍‌ଏଫ୍‌ର ୫ ଯବାନ ଗୁରୁତର ହୋଇଛନ୍ତି । ମଙ୍ଗଳବାର ସକାଳ ୮ଟା ସମୟରେ ଏହି ଘଟଣା ଘଟିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ଲୋକଙ୍କୁ ଶାନ୍ତି ରକ୍ଷା କରିବାକୁ ଅପିଲ୍ କରିଛନ୍ତି ।

ସୋମବାର କିଛି ବନ୍ଧୁକଧାରୀ ଥୌବଲ୍ ଜିଲ୍ଲାର ଲିଲୋଙ୍ଗ୍‌-ଚିଙ୍ଗଜାଓ ଅଞ୍ଚଳରେ ପହଞ୍ôଚବା ପରେ ସାଧାରଣ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ଘଟଣାସ୍ଥଳରେ ୪ ମୈତେୟୀ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ଅନ୍ୟ ୫ଜଣ ଆହତ ହୋଇଥିଲେ । ଏହାପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ କିଛି ଯାନବାହାନରେ ନିଆଁ ଲଗାଇଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଥୌବଲ୍ ଇମ୍ଫାଲ ଇଷ୍ଟ ଓ ୱେଷ୍ଟ, କାକ୍‌ଚିଙ୍ଗ୍ ଏବଂ ବିଷ୍ଣୁପୁର ଜିଲ୍ଲାରେ ମଣିପୁର ପୁଲିସ୍ ଏବଂ ବିଏସ୍‌ଏଫ୍ ଯବାନଙ୍କୁ ମୁତୟନ ପୂର୍ବକ କର୍ଫ୍ୟୁ ଲାଗୁ କରାଯାଇଥିଲା । କିନ୍ତୁ ମଙ୍ଗଳବାର ଗୁଳିମାଡ଼ କରିଥିବା ଦୁର୍ବୃତ୍ତଙ୍କୁ ଖୋଜିବା ଉଦ୍ଦେଶ୍ୟରେ ସେନା ସର୍ଚ୍ଚ ଅପରେସନ୍ କରିଥିବା ବେଳେ ସାଧାରଣ ଲୋକଙ୍କ ଭିଡ ମଧ୍ୟରୁ ସେନା ଏବଂ ପୁଲିସ୍ କର୍ମୀଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା । ଏଥିରେ ୭ ସୁରକ୍ଷା କର୍ମୀ ଗୁରୁତର ହୋଇପଡିଛନ୍ତି ।

ପ୍ରକାଶ, ମଣିପୁରରେ ସ୍ଥାନୀୟ କୁଜି ଓ ମୈତେୟୀ ସମ୍ପ୍ରଦାୟଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଆସିଛି । ଗତବର୍ଷ ମେ ମାସ ଠାରୁ ମଣିପୁରରେ ସାମ୍ପ୍ରଦାୟିକ ହିଂସାକାଣ୍ଡରେ ପ୍ରାୟ ୧୮୦ଜଣଙ୍କ ଜୀବନ ଗଲାଣି । ଗତବର୍ଷ ମଣିପୁରରେ ଘଟିଥିବା ହିଂସା ଓ ଏହାର ପ୍ରତିଫଳ ସ୍ୱରୂପ ଦୁଇଜଣ ମହିଳାଙ୍କ ଉପରେ କରାଯାଇଥିବା ଅକଥନୀୟ ଅତ୍ୟାଚାର ପୁରା ବିଶ୍ୱକୁ ଦୋହଲାଇ ଦେଇଥିଲା । ଏହି ଘଟଣା ପରେ ମଣିପୁରରେ ସାମ୍ପ୍ରଦାୟିକ ସିଂସାକାଣ୍ଡ ଉଗ୍ର ରୂପ ନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking