27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶମଣିପୁର : ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି

ମଣିପୁର : ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି

ଇମ୍ଫାଲ: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ମଣିପୁରରେ କିଛି ପୁଣି ହିଂସା । ଏଥର ସିଧା ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆସାମ ସୀମାନ୍ତ ଜିରିବାମ ଜିଲ୍ଲାର ଏକ ଜଙ୍ଗଲ ରାସ୍ତାରେ ଏହି ଆକ୍ରମଣ ହୋଇଛି । ଏଥିରେ ୪ରୁ ଅଧିକ କମାଣ୍ଡୋ ଆହତ ହୋଇଛନ୍ତି । ସେମାନଙ୍କୁ ଇମ୍ଫାଲର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁକି ସମ୍ପ୍ରଦାୟର ଉଗ୍ରବାଦୀମାନେ ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ହିଂସା ପ୍ରଭାବିତ ଜିରିବାମ ଏରିଆକୁ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଗସ୍ତ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବ ଆଡଭାନ୍ସ ସିକ୍ୟୁରିଟି ଟିମ ସେଠାକୁ ଯାଉଥିଲା । ଏହି ସମୟରେ ପୂର୍ବରୁ ଲୁଚି ଥିବା ଉଗ୍ରବାଦୀମାନେ ଅତର୍କିତ ଆକ୍ରମଣ କରିଛନ୍ତି । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଉଛି ।ହିଂସା ପ୍ରଭାବିତ ଜିରିବାମ ଏରିଆକୁ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଗସ୍ତ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବ ଆଡଭାନ୍ସ ସିକ୍ୟୁରିଟି ଟିମ ସେଠାକୁ ଯାଉଥିଲା । ଏହି ସମୟରେ ପୂର୍ବରୁ ଲୁଚି ଥିବା ଉଗ୍ରବାଦୀମାନେ ଅତର୍କିତ ଆକ୍ରମଣ କରିଛନ୍ତି । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଉଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କନଭଏ ଇମ୍ଫାଲରୁ ଆସାମ ଜିରିବାମ ଜିଲ୍ଲାକୁ ଯାଉଥିଲା । ସକାଳ ପ୍ରାୟ ସାଢେ ୧୦ଟା ସମୟରେ ଜାତୀୟ ରାଜପଥ-୩୭ରେ ଏହି ଆକ୍ରମଣ ହୋଇଥିଲା । ତେବେ ମଣିପୁର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ସ୍ଥିତି ପରଖିବା ଲାଗି ମଙ୍ଗଳବାର ଜିରିବାମ ଯିବାକୁ ଯୋଜନା କରୁଥିଲେ । ଏହା ପୂର୍ବରୁ ସେ ନିଜ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଜିରିବାମ ଇମ୍ଫାଲଠାରୁ ପ୍ରାୟ ୨୨୦ କିମି ଦୂରତାରେ ଅବସ୍ଥିତ । ଏଠାକାର ପାହାଡି ଅଞ୍ଚଳରେ ଅଧିକାଂଶ କୁକି ସମ୍ପ୍ରଦାୟର ଲୋକେ ବାସ କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ ଏହି ଅଞ୍ଚଳକୁ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ହଠାତ ବୁଦାରେ ଲୁଚି ରହିଥିବା ଦୁର୍ବୃତ୍ତ କାରକେଡ ଉପରକୁ ଗୁଳିମାଡ଼ କରିଥିଲେ । ପୋଲିସ କମାଣ୍ଡୋ ଓ ଆସାମ ରାଇଫଲ୍ସ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking