20.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶ୨୦୩୦ ମସିହା ସୁଦ୍ଧା ଚନ୍ଦ୍ରକୁ ଯିବ ମଣିଷ , ସେଠାରେ ରହି ବିଭିନ୍ନ କାମ ବି...

୨୦୩୦ ମସିହା ସୁଦ୍ଧା ଚନ୍ଦ୍ରକୁ ଯିବ ମଣିଷ , ସେଠାରେ ରହି ବିଭିନ୍ନ କାମ ବି କରି ପାରିବ: ନାସା

ହ୍ୟୁଷ୍ଟନ – ଖୁବ୍‌ ଶୀଘ୍ର ବହୁ ଦିନର ସ୍ୱପ୍ନ ସାକାର ହେବ। ମଣିଷ ଚନ୍ଦ୍ରକୁ ଯିବ , ସେଠାରେ ରହି ବାସୋପଯୋଗୀ ଘର କରି ବିଭିନ୍ନ କାମ କରି ପାରିବ। ଏକଥା ଦୃଢ଼ତାର ସହ କହିଛନ୍ତି ଆମେରିକୀୟ ମହାକାଶ ଏଜେନ୍ସି ନାସାର ବୈଜ୍ଞାନିକମାନେ। ମଣିଷ ୨୦୩୦ ମସିହା ସୁଦ୍ଧା ଚନ୍ଦ୍ରପୃଷ୍ଠରେ ରହିବ। ଆର୍ଟେମିସ-୧ ମିଶନ ଅନୁସାରେ, ଚନ୍ଦ୍ରକୁ ଛଡ଼ା ଯାଇଥିବା ଓରିୟନ ସ୍ପେସକ୍ରାଫ୍ଟ ପ୍ରୋଗ୍ରାମର ପ୍ରମୁଖ ବୋୱାର୍ଡ ହୁ କହିଛନ୍ତି କି, ଆମେ ୮ ବର୍ଷ ଭିତରେ ଚନ୍ଦ୍ରକୁ ମଣିଷକୁ ପଠାଇବୁ । ଏହି ଲୋକେ ଯିବେ ,  ସେଠାରେ ବୈଜ୍ଞାନିକ( ସାଇଣ୍ଟିଫିକ୍‌) ପ୍ରୟୋଗ କରିବେ ।

ନାସା ନିକଟରେ ନିଜର ଶକ୍ତିଶାଳୀ ସ୍ପେସ୍‌ ଲଞ୍ଚ ସିଷ୍ଟମ (ଏସଏଲଏସ) ରକେଟ୍‌ ମାଧ୍ୟମରେ ଓରିୟନ ସ୍ପେସକ୍ରାଫ୍ଟକୁ ଚନ୍ଦ୍ରକୁ  ପଠାଇଛି । ଓରିୟନ ବର୍ତ୍ତମାନ ଚନ୍ଦ୍ରର ଚାରିକଡ଼େ ଚକ୍କର ଲଗାଉଛି । ଅନେକ ଥର ବିଫଳ ହେବା ପରେ ଏହି ଲଞ୍ଚିଂ ଗତ ସପ୍ତାହରେ କରାଯାଇଛି । ପାଖାପାଖି ୫୦ ବର୍ଷ ପରେ ଏହା ନାସା ଚନ୍ଦ୍ରକୁ କୌଣସି ଏକ ମିଶନର ଆରମ୍ଭ କରୁଛି। ବର୍ତ୍ତମାନ ଯେଉଁ ଓରିୟନ ସ୍ପେସ୍‌କ୍ରାଫ୍ଟ ଚନ୍ଦ୍ର ଚାରିପଟେ ବୁଲୁଛି , ଏଥିରେ କୌଣସି ମଣିଷ ନାହାନ୍ତି। କିନ୍ତୁ ଏହି ସ୍ପେସକ୍ରାଫ୍ଟରେ ମଣିଷଙ୍କୁ ଚନ୍ଦ୍ରକୁ ପଠାଯିବ ।

ଏବେ ଓରିୟନର ଏହି ଯାଞ୍ଚ କରାଯାଉଛି କି ସେ ଚନ୍ଦ୍ରକୁ ଯାଇ ଏହାର ଚକ୍କର ଲଗାଇ , ପୁଣି ପୃଥିବୀକୁ ସୁରକ୍ଷିତ ଫେରୁଛି ନା ନାହିଁ । କାରଣ ଏହି ସ୍ପେସକ୍ରାଫ୍ଟରେ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଯିବ । ଯଦି ସବୁକିଛି ଠିକ୍‌ ରହିଲା ତ ୧୯୭୨ ପରେ ପ୍ରଥମ ଥର ମଣିଷକୁ ଚନ୍ଦ୍ରକୁ ପଠାଯିବ। ଏଥିରେ ଜଣେ ମହିଳା ମହାକାଶଚାରୀ ବି ରହିବେ। ବର୍ତ୍ତମାନ ଯେଉଁ ପ୍ଲାନ ଅଛି , ଏହି ମୁତାବିକ ମହାକାଶଚାରୀଙ୍କୁ ଚନ୍ଦ୍ରର ଦକ୍ଷିଣସ୍ଥ ଧ୍ରୁବ ପାଖରେ ଓହ୍ଲାଯିବ। ସେଠାରେ ସେ ଏକ ସପ୍ତାହ ରହିବେ। ଏହି ସମୟରେ ଚନ୍ଦ୍ରରେ ପାଣିର ତଲାସ କରାଯିବ। ଯଦି ଜଳର ସନ୍ଧାନ ମିଳେ ତ ଚନ୍ଦ୍ରରୁ ମଙ୍ଗଳକୁ ରକେଟ୍ ଲଞ୍ଚ୍‌ କରାଯାଇ ପାରେ । ଅର୍ଥାତ୍‌ ପୃଥିବାର ମଙ୍ଗଳ ମଧ୍ୟରେ ଚନ୍ଦ୍ର ଏକ ମିଡ୍‌ -ୱେ  ପରି ବ୍ୟବହାର ହେବ। ମଣିଷକୁ ସ୍ଥାୟୀ ଭାବେ ଚନ୍ଦ୍ରରେ ରହିବା ପାଇଁ  ସ୍ଥାନ ତିଆରି କରିବାକୁ ହେବ। ଯେଉଁଥି ପାଇଁ ଖନନ କରିବାକୁ ହେବ। ଏହା ବ୍ୟତୀତ ଅନେକ ପ୍ରକାରର ବୈଜ୍ଞାନିକ ପ୍ରୟୋଗ କରିବାକୁ ହେବ। ହୋୱାର୍ଡ ହୁ କହିଛନ୍ତି ଏହା ଆମର ପ୍ରଥମ  ପଦକ୍ଷେପ, ମଣିଷଙ୍କୁ ଚନ୍ଦ୍ରକୁ ପଠାଇବା । ଯଦି ଥରେ ସଫଳ ମିଳିଯାଏ ତ ଚନ୍ଦ୍ରରେ ଆମେ ମଣିଷର ବସ୍ତି ତିଆରି କରି ପାରିବା ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking