ଚଣ୍ଡିଗଡ଼ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ନିଆରା କାରଣ ଲାଗି ଜଣେ ଅଭିଯୁକ୍ତଙ୍କୁ ଜାମିନ ଦେଇଛନ୍ତି । ୩ ହଜାର କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଥିବା ପ୍ରାଞ୍ଜିଲ ବାତ୍ରାଙ୍କୁ ତାଙ୍କର ମୋଟାପା କାରଣରୁ ଜାମିନ ମିଳିଛି ।
ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି, ୩୮ ବର୍ଷୀୟ ଅଭିଯୁକ୍ତଙ୍କର ମେଡିକାଲ ରିପୋର୍ଟରୁ ସେ ୧୫୩ କିଲୋ ଓଜନର ହୋଇଥିବା ଜଣାପଡ଼ିଛି । ସେ ଉଚ୍ଚ ରକ୍ତଚାପ, ମଧୁମେହ, କୋରୋନାରି ଆର୍ଟରୀ ଡିଜିଜ୍(ସିଏଡି)ଦ୍ୱାରା ମଧ୍ୟ ପୀଡ଼ିତ । ମୋଟାପା ଆଧାରରେ ସେ ଜାମିନ ଲାଗି ଆବେଦନ କରିଛନ୍ତି । ଏହି ମାମଲାରେ ମୋଟାପା କେବଳ ଏକ ଲକ୍ଷଣ ନୁହେଁ, ଏହା ଏକ ରୋଗ ଯାହାକି ଅନ୍ୟ କିଛି ରୋଗର କାରଣ ପାଲଟିଛି । ସେଥିଯୋଗୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଲଗାତର ଖରାପ ହେଉଛି । ଏଭଳିକ୍ଷେତ୍ରରେ ଅଭିଯୁକ୍ତଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ଦେଖି ତାଙ୍କୁ ଜାମିନ ମିଳିବା ଆବଶ୍ୟକ । ସୂଚନାଥାଉକି, ବାତ୍ରାଙ୍କୁ ଗତ ମାର୍ଚ୍ଚ ମାସରେ ଗିରଫ କରାଯାଇଥିଲା ।