ନୂଆଦିଲ୍ଲୀ –କେବେ କେବେ ମଣିଷ ସହ ଏମିତି କିଛି ହୋଇଯାଏ ଯାହାକୁ ବିଶ୍ୱାସ କରିବା ବହୁତ ମୁସ୍କିଲ ହୋଇଯାଏ । ଏମିତି ହିଁ କିଛି ଆମେରିକାର ଇଲିନୋଇସ୍ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ହୋଇଛି , ଯାହାକୁ ନିଜ ଘରେ ରିନୋଭେସନ କରିବା ବେଳେ କିଛି ଏମିତି ଜିନିଷ ମିଳିଥିଲା । ଏହାପରେ ଏହା ବିଷୟରେ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ ।
ଇଲିନୋଇସ୍ରେ ରହୁଥିବା ରବ୍ଙ୍କୁ ନିଜ ଘରେ ରିନୋଭେସନ କରେଇବା ସମୟରେ ବାଥ୍ରୁମ୍ର କାନ୍ଥ ଭିତରୁ ଏକ ପୁରୁଣା ମ୍ୟାକ୍ଡୋନାଲ୍ଡ୍ସ ମିଲ୍ ମିଳିଥିଲା । ଏହି ମିଲ୍ ପାଖାପାଖି ୬୦ ବର୍ଷ ପୁରୁଣା ବୋଲି କୁହାଯାଉଛି ।
ରବ୍ ଏହି ବିଷୟରେ ରେଡିଟ୍ରେ ଫଟୋ ସେୟାର କରି ପୂରା ମାମଲା ବିଷୟରେ ବର୍ଣ୍ଣନା କରିଛନ୍ତି । ରବ୍ କହିଛନ୍ତି କି ତାଙ୍କ ଘର ରିନୋଭେଟ୍ କରାଯାଉଛି ଏବଂ ତାଙ୍କୁ ବାଥ୍ରୁମ୍ର କାନ୍ଥରୁ ୬୦ ବର୍ଷ ପୁରୁଣା ମ୍ୟାକ୍ଡୋନାଲ୍ଡସ୍ ମିଲ୍ ମିଳିଛି । ରବ୍ କହିଛନ୍ତି କି , ଯେବେ ବାଥରୁମ୍ରେ ରିନୋଭେସନ ହେଉଥିଲା ତ ସେ ଖାଦ୍ୟର ଦୁର୍ଗନ୍ଧରୁ ଆଶ୍ଚର୍ଯ୍ୟ ହୋଇଗଲେ । ଏହାପରେ ଖୋଜାଖୋଜି କରିବାରୁ ପୁରୁଣା ମିଲ୍ କାନ୍ଥ ଭିତରେ ଥିବାର ମିଳିଲା । ଏତେ ପୁରୁଣା ଖାଦ୍ୟକୁ ଦେଖି ଖାଲି ରବ୍ ନୁହେଁ , ସେଠାରେ ସମସ୍ତେ ବିସ୍ମିତ ହୋଇଗଲେ ।
ରବ୍ଙ୍କ କହିବା ମୁତାବିକ୍ , ଏହି ୬୦ ବର୍ଷ ପୁରୁଣା ମ୍ୟାକ୍ଡୋନାଲ୍ଡ୍ସ ମିଲ ସହ ଫ୍ରେଞ୍ଚ ଫ୍ରାଇଜ୍ ମଧ୍ୟ ଥିବାର ମିଳିଥିଲା । ଏତେ ବର୍ଷର ଫ୍ରେଞ୍ଚ ଫ୍ରାଇଜ୍ର ଅବସ୍ଥା କିଛି କୁରକୁରେ ଭଳି ହୋଇ ଯାଇଥିଲା । ରବ୍ କହିଛନ୍ତି ୧୯୫୯ରେ ଆମର ଘର ତିଆରି ହୋଇଥିଲା । ଏହି ସମୟରେ ପାଖରେ ଥିବା ଏକ ସ୍ଥାନରେ ମ୍ୟାକଡୋନାଲ୍ଡସ ମଧ୍ୟ ଖୋଲା ଥିଲା । ଏହି ସମୟରେ ଏହାକୁ କିଏ ଘର ତିଆରି ବେଳେ ଆଣି ଥାଇ ପାରନ୍ତି ।
ଏବେ ଏହି ୬୦ ବର୍ଷ ପୁରୁଣା ମ୍ୟାକ୍ଡୋନାଲ୍ଡ୍ସ ମିଲର ଫଟୋ ଭାଇରାଲ ହେଉଛି।