27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶତୁଚ୍ଛ ହେଲା ମମତା, ମାଆକୁ ହତ୍ୟା କରି ଘରେ ପୋଡ଼ି ଦେଲା ପୁଅ

ତୁଚ୍ଛ ହେଲା ମମତା, ମାଆକୁ ହତ୍ୟା କରି ଘରେ ପୋଡ଼ି ଦେଲା ପୁଅ

ଫୁଲବାଣୀ: ପୁଅ ଭୁଲି ଗଲା ମାଆର ମମତା । ପରିଣତ ବୟସରେ ମାଆର ସାହାର ପାଲଟିବା ବଦଳରେ ହତ୍ୟାକାରୀ ପାଲଟିଗଲା ସନ୍ତାନ । ଯେଉଁ ମାଆ ଦିନ ରାତି ଏକ କରି ପୁଅକୁ ଛୋଟରୁ ବଡ଼ କରିଥିଲା ଆଜି ସେହି ପୁଅ ପାଲଟିଗଲା ପିଶାଚ । ଅତି ନିର୍ଦ୍ଦୟ ଭାବେ ହତ୍ୟା କରିବା ପରେ ଘରେ ଭିତରେ ମାଆକୁ ପୋଡ଼ି ଦେଲା ମାତୃହନ୍ତା । ମସାଣୀ ନୁହଁ ବରଂ ଘରେ ଭିତରେ ଆସବାବପତ୍ର ଏବଂ ଜାଳେଣି କାଠରେ ମାଆର ମୃତଦେହକୁ ପୋଡିଦେଲା ପୁଅ । ଏଭଳି ହୃହୟ ବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳରେ। ମୃତ ବୃଦ୍ଧା ହେଉଛନ୍ତି 95 ବର୍ଷିୟ ମଞ୍ଜୁଳା ନାୟକ । ତାଙ୍କ ପୁଅ ହେଉଛନ୍ତି ସମୀର ନାୟକ । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ସମୀର ନାୟକ ଶନିବାର ବିଳମ୍ବିତ ରାତିରେ ମାଆ ମଞ୍ଜୁଳା ନାୟକଙ୍କୁ ହତ୍ୟା କରିଥିଲେ । ଏହାପରେ ଘରେ ଥିବା ଆସବାପତ୍ର ଏବଂ ଜାଳେଣି କାଠରେ ଘର ଭିତରେ ହିଁ ମୃତଦେହକୁ ପୋଡ଼ି ଦେଇଥିଲେ । ପରେ ସାହି ପଡ଼ିଶାଙ୍କ ଘର ଉପରକୁ ବଡ଼ ବଡ଼ ପଥର ମାରିବା ସହିତ ଘର ସାମ୍ନାରେ ଥିବା ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲେ । ପାଖ ପଡ଼ିଶା ଲୋକେ ଘର ଭିତରେ ନିଆଁ ଜଳୁଥିବା ଦେଖିଥିଲେ ମଧ୍ୟ ଭୟରେ ବାହାରକୁ ବାହାରିନଥିଲେ । ରବିବାର ସକାଳୁ ଗାଁ ଲୋକ ସମୀରଙ୍କୁ ବହୁ କଷ୍ଟରେ କାବୁ କରି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେବା ପରେ ଟିକାବାଲି ଥାନାକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସମୀରକୁ ଥାନାକୁ ନେଇଥିଲା । ପରେ ଜି. ଉଦୟଗିରି ଏସ ଡି ପି ଓ ବିଜୟ କୁମାର ବିଶି, ଟିକାବାଲି ଥାନା ଅଧିକାରୀ କଲ୍ୟାଣିମୟୀ ଷଣ୍ଢ , ସେକେଣ୍ଡ ଅଫିସର ସଞ୍ଜୟ କୁମାର ସ୍ୱାଇଁଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନବିନ୍ ଚଳାଇଛନ୍ତି । ସୂଚନା ଅନୁସାରେ, ସମୀର ପୂର୍ବରୁ ବାରମ୍ବାର ସ୍ଥାନୀୟ ସାହି ପଡ଼ିଶାଙ୍କ ସହ ଗଣ୍ଡଗୋଳ କରୁଥିଲା । ଲୋକଙ୍କ ଅଭିଯୋଗ କ୍ରମେ ସେ ଗିରଫ ହୋଇ ଜେଲ ଯାଇଥିଲା । ୩ ବର୍ଷ ୨ ମାସ ଜି ଉଦୟଗିରି ଜେଲରେ ରହିବା ପରେ ନିକଟରେ ସେ ଜେଲରୁ ଫେରିଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ କେଉଁ କାରଣରୁ ପୁଅ ନିର୍ଦ୍ଦୟ ଭାବେ ତାର ମାଆକୁ ହତ୍ୟା କରି ଘରେ ପୋଡ଼ି ଦେଲା ତାର କାରଣ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking