17.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶକଂଗ୍ରେସ ଆଡକୁ ଢଳିଲେ ମମତା

କଂଗ୍ରେସ ଆଡକୁ ଢଳିଲେ ମମତା

କୋଲକାତା: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାଂଶ ଅଣ-ବିଜେପି ଦଳ ବର୍ତ୍ତମାନଠାରୁ ଅଣ୍ଟା ଭିଡିଲେଣି । ବିଶେଷ କରି ଜେଡିୟୁ ନେତା ନୀତୀଶ କୁମାର ଏବଂ ଏନ୍‌ସିିପି ସୁପ୍ରିମୋ ଶରଦ ପୱାର ତୃତୀୟ ସାମ୍ମୁଖ୍ୟକୁ ଏକାଠି କରିବାକୁ ଉଦ୍ୟମ ଚଳାଇଛନ୍ତି । ନୀତିଶ ଇତିମଧ୍ୟରେ କେତେକ ଅଣ-ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା ମଧ୍ୟ କରିସାରିଛନ୍ତି ।

ଏକଦା କଂଗ୍ରେସ ପ୍ରତି ବୀତସ୍ପୃହ ହୋଇପଡିଥିବା ଏବଂ ସମାଲୋଚନା କରୁଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କର୍ଣ୍ଣାଟକ ନିର୍ବାଚନ ପରେ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିବାବେଳେ କଂଗ୍ରେସ ଆଡକୁ ଢଳୁଥିବା ଲକ୍ଷ୍ୟ କରାଯାଇଛି । ୨୦୨୪ରେ ପଶ୍ଚିମବଙ୍ଗରେ ଟିଏମ୍‌ସି ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିଥିବା ମମତା ଏବେ ସ୍ୱର ବଦଳାଇଛନ୍ତି ।

ବିରୋଧୀଙ୍କ ମଧ୍ୟରେ ଏକତା ଆଣିବାକୁ କଂଗ୍ରେସ ସହ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଥିବା ମମତା କହିଛନ୍ତି । ତେଣୁ ଅଣ-ବିଜେପି ରାଜ୍ୟଗୁଡିକରେ ବିଜେପିର ମୁକାବିଲା କରିବାକୁ କଂଗ୍ରେସକୁ ସାମିଲ କରାଯିବା ଉପରେ ମମତା ଗୁରୁତ୍ୱାରୋପ କରିଛନ୍ତି । ତେବେ ଆସନ ବୁଝାମଣା ପ୍ରସଙ୍ଗରେ କଂଗ୍ରେସ ସହ କିପରି ମେଣ୍ଟ କରାଯିବ, ସେଥିନେଇ ମମତା କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking