କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇତିମଧ୍ୟରେ ରାଜ୍ୟପାଳ ଜଗଦୀପ୍ ଧନ୍କରଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍ କରିଥିବା ଜଣାପଡିଛି । ଧନ୍କର ନିକଟରେ କହିଥିଲେ ଯେ ରାଜ୍ୟରେ ଗଣତନ୍ତ୍ରର ମୃତ୍ୟୁ ଘଟିସାରିଛି । ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରକରି ବିଗତ କିଛି ବର୍ଷ ହେଲା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଘୋର ମତାନ୍ତର ଦେଖିବାକୁ ମିଳୁଛି । ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଶାସନିକ ସ୍ଥିତି ସମ୍ପର୍କରେ ତାଙ୍କୁ କିଛି ଜଣାଉନାହାନ୍ତି ବୋଲି ରାଜ୍ୟପାଳ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ମମତା ଆକ୍ଷେପ କରିଛନ୍ତି ଯେ ଧନ୍କର ଜଣେ ବିଜେପି ନେତା ହୋଇଥିବାରୁ ସବୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଛନ୍ତି ।