ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ, ସେ ଚଳିତଥର ନନ୍ଦୀଗ୍ରାମରୁ ବିଧାନସଭା ନିର୍ବାଚନ ଲଢିବେ । ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଜାରି ରହିଥିବା ରାଜନୈତିକ ଲଢେଇ ନେଇ ମମତାଙ୍କ ଏହି ଘୋଷଣାର ଅନେକ ରୂପରେଖ ଆଶଙ୍କା କରାଯାଉଛି । ଏହାପୂର୍ବରୁ ମମତା ବାନାର୍ଜୀ ଭବାନୀପୁରରୁ ନିର୍ବାଚନ ଲଢି ଆସୁଛନ୍ତି । ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ତୃଣମୂଳ କଂଗ୍ରେସର ମୁଖିଆ ମମତା ବାନାର୍ଜୀ ନନ୍ଦୀଗ୍ରାମରେ ନିର୍ବାଚନୀ ସଭା କରିଥିଲେ । ସେଠାରେ ସେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଥିଲେ । ମମତା ବାନାର୍ଜୀଙ୍କ ତରଫରୁ ନନ୍ଦୀଗ୍ରାମରେ ଆୟୋଜିତ ସଭାରେ ଏହି ଘୋଷଣା ହୋଇଥିଲା । ମମତା ସେହି ମଂଚରେ ରାଜ୍ୟ ୟୁନିଟର ଅଧ୍ୟକ୍ଷଙ୍କ ଠାରୁ ଏହି ଅପିଲ କରିଥିଲେ ଆଉ ତୁରନ୍ତ ଏହାର ଫଇସଲା ହୋଇଗଲା । ମମତା ଆହୁରି ମଧ୍ୟ କହିଥିଲେ, ଚଳିତ ଥର ବି ପଶ୍ଚିମବଙ୍ଗରେ ଟିଏମସି ସରକାର କରିବ ଆଉ ଟିଏମସିକୁ ୨୦୦ରୁ ଅଧିକ ସିଟ ମିଳିବ ।