33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶସରକାରୀ କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ସ୍ଲୋଗାନରେ ରାଗିଗଲେ ମମତା ବାନାର୍ଜୀ; କ୍ରୋଧରେ ଛାଡ଼ିଦେଲେ ମଞ୍ଚ

ସରକାରୀ କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ସ୍ଲୋଗାନରେ ରାଗିଗଲେ ମମତା ବାନାର୍ଜୀ; କ୍ରୋଧରେ ଛାଡ଼ିଦେଲେ ମଞ୍ଚ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମା’ ହୀରାବେନ୍‌ଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପରେ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ। ପିଏମ୍‌ ଭିଡିଓ କନ୍‌ଫେରେସିଂ ଜରିଆରେ ପଶ୍ଚିମବଙ୍ଗରେ ହାଓ୍ଵଡା-ନ୍ୟୁ ଜଲପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ହାଓ୍ଵଡା ରେଳ ଷ୍ଟେସନରେ ପହଞ୍ଚିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ସମୟରେ ଅତ୍ୟନ୍ତ କ୍ରୋଧିତ ନଜର ଆସିଥିଲେ।

ସରକାରୀ କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଲଗାଯିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହଠାତ୍‌ ରାଗି ଯାଇଥିଲେ ଏବଂ ମଞ୍ଚ ଛାଡ଼ି ତଳେ ହିଁ ସମ୍ବୋଧିତ କରିବାକୁ ଲାଗିଥିଲେ। କୁହାଯାଉଛି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ବିଜେପିର କିଛି ନେତା ଓ କର୍ମକର୍ତ୍ତା ଜୟ ଶ୍ରୀରାମ ସ୍ଲୋଗାନ ଦେଇଥିଲେ, ଯାହା ପରେ ମମତା ବାନାର୍ଜୀ ରାଗି ଯାଇଥିଲେ ଏବଂ ସେ ମଞ୍ଚ ଉପରକୁ ଯାଇ ନ ଥିଲେ।

କାର୍ଯ୍ୟକ୍ରମ ସମୟରେ ମମତା ବାନାର୍ଜୀ ଏହା ମଧ୍ୟ କହିଥିଲେ କି, ‘ପ୍ରଧାନମନ୍ତ୍ରୀ ଆପଣ ଆଜିର କାର୍ଯ୍ୟକ୍ରମକୁ ଛୋଟ ରଖନ୍ତୁ, କାରଣ ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଦୁଃଖଭରା ଦିନ। ମୁଁ ଖୁସି ଯେ ମୋ ଦ୍ୱାରା କରାଯାଇଥିବା ଶିଳାନ୍ୟାସର ଆପଣ ଉଦ୍‌ଘାଟନ କରୁଛନ୍ତି। ରେଲେଓ୍ଵର କାମ ଯୋଗୁ ବେହାଲା ଅଞ୍ଚଳର ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା’।

ପଶ୍ଚିମବଙ୍ଗ ସିଏମ୍ ମମତା ବାନାର୍ଜୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ବଡ଼ ନେତା ହାଓ୍ଵଡା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁକ୍ରବାର କୋଲକାତା ଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ନିଧନ ଯୋଗୁ ତାଙ୍କର କୋଲକାତା ଗସ୍ତ ବାତିଲ ହୋଇଯାଇଥିଲା ଏବଂ ସେ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲି ଭାବରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking