32.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସାମିଲ ହେବେ ମୋଦିଙ୍କ ଶପଥ ପାଠ ଉତ୍ସବରେ

ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସାମିଲ ହେବେ ମୋଦିଙ୍କ ଶପଥ ପାଠ ଉତ୍ସବରେ

ନୂଆଦିଲ୍ଲୀ : ଆଜି ସନ୍ଧ୍ୟା ୭.୧୫ରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ଶପଥ ପାଠ ଉତ୍ସବରେ ସାମିଲ ହେବେ ବୋଲି ସୂଚନା ମିଳିଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ୯ ହଜାରରୁ ଅଧିକ ଅତିଥି ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହେବାକୁ ରାଜ୍ୟସଭାର ବିରୋଧୀ ଦଳ ନେତା ଭାବେ ଖଡଗେଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଥିଲା। ସେ ନିମନ୍ତ୍ରଣ ପାଇବା ପରେ ମୋଦିଙ୍କ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି। ଶନିବାର ରାତିରେ ବିଜେପି ନେତା ପ୍ରହ୍ଲାଦ ଯୋଶୀଙ୍କ ପକ୍ଷରୁ ଖଡଗେଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଥିଲା। ଏହାପରେ ଖଡଗେ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ଉତ୍ସବକୁ ଯିବା ପାଇଁ ରାଜି ହୋଇଛନ୍ତି। ତେବେ ଶନିବାର ଇଣ୍ଡିଆ ବ୍ଲକର ନେତାମାନେ ଶପଥପାଠ ଉତ୍ସବ ପାଇଁ ନିମନ୍ତ୍ରଣ ପାଇ ନଥିବା କହିଥିଲେ। ଏପରି ଅଭିଯୋଗ ଆସିବାର କିଛି ଘଣ୍ଟା ପରେ ଖଡଗେଙ୍କ ପାଖରେ ନିମନ୍ତ୍ରଣପତ୍ର ପହଞ୍ଚିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking