28.1 C
Bhubaneswar
Sunday, September 29, 2024
Homeଓଡିଶାପ୍ରଧାନ ଶିକ୍ଷକଙ୍କ ଅବୋହେଲା ଲାଗି ୪ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ

ପ୍ରଧାନ ଶିକ୍ଷକଙ୍କ ଅବୋହେଲା ଲାଗି ୪ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ

ପଡିଆ : କାଲିମେଳା ବ୍ଳକର ଗୋଟିଏ ବିଦ୍ୟାଳୟରୁ ୪ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମୟ କରିଛନ୍ତି ନିଜେ ପ୍ରଧାନ ଶିକ୍ଷକ । ଚଳିତ ବର୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା ହେଇଯାଇଛି । ସୀମାନ୍ତ ପଡିଆ ବ୍ଳକ ଅନ୍ତର୍ଗତ ବାପନପଲ୍ଲୀ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପ୍ରବେଶନିମନ୍ତେ ପ୍ରବେଶିକା ପରୀକ୍ଷା ଫର୍ମ ପୂରଣ କରାଯାଇନ ଥିବା ଯୋଗୁଁ ଏମ୍ ଭି ୯୬ ଗ୍ରାମରେ ଥିବା ବିଦ୍ୟାଳୟ ର ୪ ଜଣ ପ୍ରତିଭାବାନ ଛାତ୍ର ଛାତ୍ରୀ ପରୀକ୍ଷା କେନ୍ଦ୍ର ରୁ ନିରାଶ ହୋଇ ଫେରିଯିବା ଘଟଣା ପରିବାର ଲୋକଙ୍କ ମନରେ ଆଘାତ ଦେଇଛି । ସୂଚନା ମୁତାବକ କାଲିମେଳା ବ୍ଳକ ଅନ୍ତର୍ଗତ ଏମ୍ ଭି ୯୬ ପ୍ରାଥମିକ ବିଦ୍ୟାଳୟର ପାପୀୟା ସରକାର , ସୁଭମ ସରକାର , ମୋହିମ ତରପଦାର ଓ ସସ୍ମିତା ମଣ୍ଡଲଙ୍କ ଅଭିଭାବକ ମାନେ ପ୍ରବେଶିକା ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପାଇଁ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ପାଉଣା ଓ ପ୍ରମାଣପତ୍ର ବିଦ୍ୟାଳୟ ର ପ୍ରଧାନଶିକ୍ଷକଙ୍କ ଠାରେ ଜମା କରିଥିଲେ । ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଅଭିଭାବକ ମାନେ ପ୍ରଧାନଶିକ୍ଷକ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ଫଳରେ ପ୍ରଧାନଶିକ୍ଷକ ଫର୍ମ ପୂରଣ କରାଯାଇଛି ଏବଂ ଛାତ୍ର ଛାତ୍ରୀ ଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରୀକ୍ଷା ଦିନ ନିର୍ଦ୍ଧାରିତ ସମୟରେ ଉକ୍ତ ଛାତ୍ର ଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସେମାନଙ୍କ ଫର୍ମ ପୂରଣ ହୋଇନଥିବାର ଦେଖୁ ପାଇଥିଲେ । ୪ ଜଣ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଦୁଃଖରେ ଭାଙ୍ଗି । ବିନତି କରି ସୁଦ୍ଧା ଛାତ୍ରଛାତ୍ରୀ ଙ୍କୁ ପ୍ରବେଶ ଅନୁମତି ନମିଳିବାରୁ ଶେଷ ରେ ହତାଶ ହୋଇ ଘରକୁ ଫେରି ଯାଇଥିଲେ । ଏସବୁ ଘଟଣା ପଡ଼ିଆ ବି ଇ ଓ କାର୍ଯ୍ୟାଳୟ ଠାରୁ ୭ କିମି ଦୂରରେ ଘଟିଯାଇ , ଦିନଟି ବିତିଯାଇଥିଲେ ମଧ୍ୟ ବି.ଇ.ଓ ଙ୍କ କାନରେ କିପରି ପଡ଼ିନାହିଁ ଏବଂ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇନାହିଁ ତାହା ଆଶ୍ଚର୍ଯ୍ୟ ର କଥା । ଗାଁ ଗହଳିର ଏହି ପ୍ରତିଭାବାନ ଛାତ୍ରଛାତ୍ରୀ ଏକ ଉଜ୍ଜଳ ଭଭିଷ୍ୟତ ପାଇଁ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆଶା ରଖୁଥୁବା ବେଳେ ବେପରୁହା ଶିକ୍ଷକ ଯୋଗୁ ଏକ ସୁବର୍ଣ୍ଣ ସୁଯୋଗ ହାତଛଡା ହୋଇଗଲା । ଏହିପରି ବ୍ୟକ୍ତି ଏବଂ ତ୍ରୁଟି କରିଥିବା ଅଧୁକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking