ମାଲକାନଗିରି : ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ।ଯାହାକି ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ଆଜି ପ୍ରତେକ ସହର ଓ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି।ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି 79ରେ ଥିବା BSF BN 76 ବେଟେଲିଆନ ଏବଂ MV 79 ଗ୍ରାମର ୱାର୍ଡ ମେମ୍ବର ରବି ସୁନା ତାଙ୍କ ସହିତ କିଛି ଯୁବକ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। 76 ବେଟେଲିଆନ ମାନେ BSF କ୍ୟାମ୍ପ ଠାରୁ ଶିବ ମନ୍ଦିର ପଯ୍ୟନ୍ତ ରାସ୍ତା କଡରେ ପଡିଥିବା ଆବର୍ଜନା ଏବଂ MV 79 ଠାରୁ MPV 43 ରାସ୍ତା ଗୁଡିକୁ ସଫା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ତାଙ୍କର ମୁଖ୍ୟ ଉଦେଶ୍ୟ ଥିଲା ଯେ ସମସ୍ତ ନାଗରିକ ଏକାଠି ହୋଇ ଏହି ସ୍ୱଚ୍ଛ ଭାରତ ଅଭିଯାନ ରେ ସାମିଲ ହୋଇପରନ୍ତେ, ତେବେ ଭାରତ ଖୁବ୍ ଶୀଘ୍ର ବୃଦ୍ଧି ପାଇବ |ଯେତେବେଳେ ଭାରତର ସ୍ୱଚ୍ଛତା ଅବସ୍ଥାରେ ଉନ୍ନତି ଆସିବ, ସେତେବେଳେ ଆମେ ସମସ୍ତେ ସମାନ ଭାବରେ ଉପକୃତ ହେବେ | ଭାରତ ଏକ ସ୍ୱାସ୍ଥ ଓ ସମୃଦ୍ଧି ଶିଳ ଦେଶ ଭାବରେ ପରିଗଣିତ ହେବ। ଏବଂ ନାଗରିକମାନଙ୍କ ପାଇଁ ଏକ ଖୁସି ଏବଂ ପରିଷ୍କାର ପରିବେଶ ସୃଷ୍ଟି କରିବ, BSF ମାନଙ୍କ ଏହି ମହତ କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି ।