27.1 C
Bhubaneswar
Saturday, October 19, 2024
Homeଖେଳମାଲିଙ୍ଗାଙ୍କ ସମକକ୍ଷ ହେଲେ ମିଶ୍ରା

ମାଲିଙ୍ଗାଙ୍କ ସମକକ୍ଷ ହେଲେ ମିଶ୍ରା

ନୂଆଦିଲ୍ଲୀ : ଶନିବାରର ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍ସ ଲୋକେଶ ରାହୁଲ୍‌ଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପ୍‌ର୍ ଜାଏଣ୍ଟ୍‌ସକୁ ଭେଟିଥିବା ବେଳେ ଏଥିରେ ଘରୋଇ ଦଳର ଭେଟେରାନ୍ ସ୍ପିନର୍ ଅମିତ୍ ମିଶ୍ର ୨ ଓଭର୍ ବୋଲିଂ କରି ୯ ରନ୍ ବ୍ୟୟ କରିବା ସହ ଗୋଟିଏ ୱିକେଟ୍ ହାସଲ କରିଥିଲେ । ଏହି ୱିକେଟ୍ ନେଇ ସେ ଆଇପିଏଲ୍‌ରେ ତୃତୀୟ ସଫଳତମ ବୋଲର୍ ହେବା ସହ ଶ୍ରୀଲଙ୍କାର କିମ୍ବଦନ୍ତୀ ପେସର୍ ଲାସିଥ୍ ମାଲିଙ୍ଗାଙ୍କ ସମକକ୍ଷ ହୋଇଛନ୍ତି । ଅଭିନବ ମନୋହରଙ୍କୁ ଆଉଟ୍ କରିବା ପରେ ମିଶ୍ରା ତାଙ୍କର ୧୫୮ତମ ମ୍ୟାଚ୍‌ରେ ୱିକେଟ୍ ସଂଖ୍ୟାକୁ ୧୭୦ରେ ପହଞ୍ଚାଇଥିଲେ । ପୂର୍ବରୁ ଡେକାନ୍ ଚାର୍ଜର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଥିବା ମିଶ୍ରାଙ୍କ ଆଭରେଜ୍ ୨୩.୭୭ ରହିଥିବା ବେଳେ ସେ ଓଭର୍ ପିଛା ୭.୩୫ ରନ୍ ବ୍ୟୟ କରିଛନ୍ତି ।

୧୭ ରନ୍‌ରେ ୫ ୱିକେଟ୍ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ଅନ୍ୟପକ୍ଷରେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ମାଲିଙ୍ଗା ୧୭୦ ୱିକେଟ୍ ମାତ୍ର ୧୨୨ଟି ମ୍ୟାଚ୍‌ରେ ହାସଲ କରିଛନ୍ତି । ତାଙ୍କର ଆଭରେଜ୍ ୧୯.୭୯ ଥିବା ବେଳେ ଓଭର୍ ପିଛା ୭.୧୪ ରନ୍ ବ୍ୟୟ କରିଛନ୍ତି । ସେହିପରି ୧୩ ରନ୍‌ରେ ୫ ୱିକେଟ୍ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ଏହି ତାଲିକାର ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍‌ସ ପକ୍ଷରୁ ଖେଳିଥିବା ଡ୍ୱେନ୍ ବ୍ରାଭୋ ରହିଛନ୍ତି, ଯିଏକି ୧୬୧ ମ୍ୟାଚ୍‌ରେ ୨୩.୮୨ ଆଭରେଜ୍ ଓ ୮.୩୮ ଇକୋନୋମି ସହ ୧୮୩ଟି ୱିକେଟ୍ ନେଇଛନ୍ତି । ୧୩୭ ମ୍ୟାଚ୍ ଖେଳି ୧୭୭ଟି ୱିକେଟ୍ ନେଇଥିବା ୟୁଜବେନ୍ଦ୍ର ଚହଲ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking