33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଭାରତର ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ମ୍ୟାଲେରିଆ ଟିକା ପ୍ରସ୍ତୁତ..

ଭାରତର ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ମ୍ୟାଲେରିଆ ଟିକା ପ୍ରସ୍ତୁତ..

ନୂଆଦିଲ୍ଲୀ:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମ୍ୟାଲେରିଆର ମୁକାବିଲା ପାଇଁ ଦ୍ୱିତୀୟ ଟିକା ସୁପାରିସ କରାଯାଇଛି । ଶିଶୁମାନଙ୍କର ମ୍ୟାଲେରିଆ ମୁକାବିଲା ପାଇଁ ଏହା ବିଶେଷ ଫଳପ୍ରଦ ହେବ । R21/ MATRIX -M ଟିକାକୁ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଉଦ୍ଭାବନ କରାଯାଇଥିବା ବେଳେ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହାର ପ୍ରସ୍ତୁତି କରାଯାଇଛି ।

ପ୍ରତିବର୍ଷ ଆଫ୍ରିକାର ପ୍ରାୟ ୫ଲକ୍ଷରୁ ଅଧିକ ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୁପାରିସ ହୋଇଥିବା ନୂତନ ଟିକା ସେମାନଙ୍କ ପାଇଁ ଅମୋଘ ଅସ୍ତ୍ର ହେବ । ବିଶ୍ୱ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଧିକ ଲୋକ ମ୍ୟାଲେରିଆ ପ୍ରବଣ ଅଂଚଳରେ ରହୁଛନ୍ତି । ବିଶେଷ କରି ଆଫ୍ରିକା ମହାଦେଶରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking