30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶପାଲେଷ୍ଟାଇନକୁ ୨.୫ କୋଟି ଦେଲେ ମଲାଲା

ପାଲେଷ୍ଟାଇନକୁ ୨.୫ କୋଟି ଦେଲେ ମଲାଲା

ଇସଲାମାବାଦ: ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ଦିନକୁ ଦିନ ଜୋରଦାର ହେଉଥିବାବେଳେ ମଧ୍ୟପ୍ରାଚ୍ୟର ସବୁ ମୁସ୍‌ଲିମ୍ ରାଷ୍ଟ୍ର ବର୍ତ୍ତମାନ ପାଲେଷ୍ଟାଇନ ସମର୍ଥନରେ ବାହାରିଛନ୍ତି । ଏହି ପରିପ୍ରେକ୍ଷୀରେ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ପାକିସ୍ତାନର ମଲାଲା ୟୁସୁଫ୍‌ଜାଇ ବୁଧବାର ପାଲେଷ୍ଟିନୀୟ ନାଗରିକଙ୍କ ଉଦ୍ଦେଶ୍ୟରେ ୩ ଲକ୍ଷ ଡଲାର (ପାକିସ୍ତାନୀ ମୁଦ୍ରାରେ ପ୍ରାୟ ୨.୫ କୋଟି ଟଙ୍କା) ଦାନ କରିଥିବା ଜଣାପଡିଛି ।

ଏକ ଭିଡିଓ ବାର୍ତ୍ତାରେ ମଲାଲା କହିଛନ୍ତି ଯେ ଗାଜା ଉପତ୍ୟକାରେ ବାସ କରୁଥିବା ୫୦ ପ୍ରତିଶତ ନାଗରିକଙ୍କ ବୟସ ୧୮ ବର୍ଷରୁ କମ । ତେଣୁ ଯୁଦ୍ଧ ଓ ଅନାହାର ଆତଙ୍କରେ ସେମାନେ ଅବଶିଷ୍ଟ ଜୀବନ ବିତାଇବା ଅନୁଚିତ । ଗାଜା ଉପତ୍ୟକାକୁ ମାନବିକ ସହାୟତା ଯୋଗାଇଦେବାକୁ ମଲାଲା ଇସ୍ରାଏଲ ସରକାରଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking