17.1 C
Bhubaneswar
Monday, November 25, 2024
Homeଓଡିଶାମାଲାବାର୍ ଗ୍ରୁପ୍‌ର ପ୍ରୋଜେକ୍ଟ ‘କ୍ଷୁଧାମୁକ୍ତ ବିଶ୍ୱ’; ଦୈନିକ ବଣ୍ଟାଯିବ ୫୧,୦୦୦ ପୃଷ୍ଟିକର ଖାଦ୍ୟ ପ୍ୟାକେଟ୍‌

ମାଲାବାର୍ ଗ୍ରୁପ୍‌ର ପ୍ରୋଜେକ୍ଟ ‘କ୍ଷୁଧାମୁକ୍ତ ବିଶ୍ୱ’; ଦୈନିକ ବଣ୍ଟାଯିବ ୫୧,୦୦୦ ପୃଷ୍ଟିକର ଖାଦ୍ୟ ପ୍ୟାକେଟ୍‌

ଭୁବନେଶ୍ୱର:  ‘ବିଶ୍ୱ କ୍ଷୁଧା ଦିବସ’ ପାଳନ ପରିପ୍ରେକ୍ଷୀରେ ମାଲବାର ଗ୍ରୁପ୍ ନିଜ ସିଏସ୍‌ଆର କାର୍ଯ୍ୟକ୍ରମ ‘କ୍ଷୁଧାମୁକ୍ତ ବିଶ୍ୱ’ ଅନ୍ତର୍ଗତ ଦେଶ ତଥା ଦେଶ ବାହାରେ କ୍ଷୁଧାର୍ତ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଭଳି ଏକ ମହତ୍ କାର୍ଯ୍ୟ ଜାରି ରଖିଆସିିଛି । ଏପରି କରି ବିଶ୍ୱର ସମସ୍ତଙ୍କ ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚାଇବା ଦିଗରେ ମାଲାବାର ଗ୍ରୁପ୍ ସମାଜସେବା କ୍ଷେତ୍ରରେ ନିଜ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଆସୁଛି । ବିଶ୍ୱର ୬ଷ୍ଠ ସର୍ବବୃହତ୍ ଆଳଙ୍କାରିକ ପ୍ରତିଷ୍ଠାନର ମର୍ଯ୍ୟାଦା ହାସଲ କରିଥିବା ମାଲାବାର୍ ଗ୍ରୁପ୍ ଭାରତର ବିଭିନ୍ନ ପ୍ରାନ୍ତରେ ରହିଥିବା କ୍ଷୁଧାର୍ତ୍ତଙ୍କ ପର୍ଯ୍ୟନ୍ତ ପୃଷ୍ଟିକର ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକୁ ପହଞ୍ଚାଇଛି । ସେହିପରି ଭୁବନେଶ୍ୱର ସ୍ଥିତ ମାଲାବାରା ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍‌ସ ଷ୍ଟୋର ପକ୍ଷରୁ ମଧ୍ୟ ସହରର ଅଭାବୀ ତଥା କ୍ଷୁୂଧାର୍ତ୍ତ ବ୍ୟକ୍ତିବିଶେଷଙ୍କୁ ଖାଦ୍ୟ ପହଞ୍ଚାଇବା କାର୍ଯ୍ୟ ସଫଳତାପୂର୍ବକ କରାଯାଇଛି ।
କ୍ଷୁଧା ନିବାରଣ ଦିଗରେ ପ୍ରାରମ୍ଭ ହୋଇଥିବା ଏହି ମହତ୍ ଲଢ଼େଇରେ ସକ୍ରିୟ ଅଂଶଗ୍ରହଣ ପୂର୍ବକ ତଥା ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ‘ଶୂନ୍ୟ କ୍ଷୁଧାର୍ତ୍ତ’ ଅଭିଯାନରେ ଅନ୍ୟତମ ସହଭାଗୀ ରୂପେ ମାଲବାର ଗ୍ରୁପ୍‌ର ନିଜ ‘କ୍ଷୁଧାମୁକ୍ତ ବିଶ୍ୱ’ କାର୍ଯ୍ୟକ୍ରମ ଜାରି ରଖିଛି । ପ୍ରକାଶ, ଉଚ୍ଚ ମାନ୍ୟତାପ୍ରାପ୍ତ ସାମାଜିକ କଲ୍ୟାଣକାରୀ ଏନ୍‌ଜିଓ \”ଥାନାଲ-ଦୟା ପୁନର୍ବାସ ଟ୍ରଷ୍ଟ’ ସହାୟତାରେ ଏହି ‘କ୍ଷୁଧାମୁକ୍ତ ବିଶ୍ୱ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି । କୁଶଳୀ ରୋଷେୟାମାନଙ୍କ ଦ୍ୱାରା ସ୍ୱଚ୍ଛତା ପରିବେଶରେ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ସ୍ଥାନରେ ଆଧୁନିକ ରୋଷେଇ ଘର ସ୍ଥାପନ କରାଯାଇଛି । ମାଲାବାର ଗ୍ରୁପ୍ ଏବଂ ଥାନାଲର ସ୍ୱେଚ୍ଛାସେବୀମାନେ ରାସ୍ତା ଏବଂ ସହରାଞ୍ଚଳର ଅଭାବୀ ଲୋକଙ୍କୁ ଚିହ୍ନଟ କରନ୍ତି ଏବଂ ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକୁ ସେମାନଙ୍କ ପାଖରେ ପହଞ୍ଚାଇବାର କାମ କରିଥାନ୍ତି ।
ମାଲାବାର ଗ୍ରୁପ୍ ଏବେ ନିଜର ଏହି ‘କ୍ଷୁଧା ମୁକ୍ତ ବିଶ୍ୱ’ କାର୍ଯ୍ୟକ୍ରମକୁ ବିସ୍ତାର କରିବାକୁ ଏବଂ ଦେଶର ଅଧିକରୁ ଅଧିକ ଅଭାବୀ ଲୋକଙ୍କ ପାଖରେ ପହଞ୍ôଚବା ଉଦ୍ଦେଶ୍ୟରେ ୨୦୨୪-୨୫ ଆର୍ôଥକ ବର୍ଷରେ ଦୈନିକ ୫୧,୦୦୦ ପୃଷ୍ଟିକର ଖାଦ୍ୟ ପ୍ୟାକେଟ୍ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ଗ୍ରୁପ୍ ନିଜ ବାର୍ଷିକ ବିତରଣ ଯୋଜନା ଉନ୍ମୋଚନ କରିବାକୁ ମଧ୍ୟ ଘୋଷଣା କରିଛି । ଗ୍ରୁପ୍‌ର ଏହି ଯୋଜନା ମଧ୍ୟରେ ଓଡିଶା, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ସମେତ ପୂର୍ବ ପ୍ରାନ୍ତରେ ଥିବା ଅଧିକରୁ ଅଧିକ ସହରରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରିବା ପୂର୍ବକ ଦୈନିକ ପ୍ରାୟ ୫୭୦୦ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରିବାର ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି ।
କମ୍ପାନୀର ସଫଳତା ସମ୍ପର୍କରେ ସୂଚନା ଦେଇ ମାଲାବାର ଗ୍ରୁପର ଚେୟାରମ୍ୟାନ୍ ତଥା ସଂସ୍ଥାପକ ଏମ୍‌ପି ଅହମ୍ମଦ କହିଛନ୍ତି, “ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ଗଲ୍ଫ ଦେଶର କିଛି କେନ୍ଦ୍ର ବ୍ୟତୀତ ଭାରତରେ ୧୬ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୩୭ଟି ସହରରେ କାର୍ଯ୍ୟକାରୀ ହେଉଛି । ଏବେ ଏହାକୁ ଉକ୍ତ ୧୬ଟି ରାଜ୍ୟର ୭୦ଟି ସହରକୁ ସମ୍ପ୍ରସାରିତ କରାଯିବ । ଏତଦ୍‌ବ୍ୟତୀତ ଗ୍ରୁପ୍ ଆଫ୍ରିକୀୟ ରାଷ୍ଟ୍ର ଜାମ୍ବିଆରେ ମଧ୍ୟ ସ୍କୁଲ ପିଲାମାନଙ୍କ ପାଇଁ ସମାନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରିଥିବା ଏମ୍‌ପି ଅହମ୍ମଦ କହିଛନ୍ତି । ଏମ୍‌ପି ଅହମ୍ମଦଙ୍କ କହିବାନୁସାରେ “ଆମ ଚାରିପାଖରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଅତି କମ୍‌ରେ ଥରେ ମାତ୍ର ଖାଦ୍ୟ ପାଇବା ପାଇଁ ସଂଘର୍ଷ କରୁଛନ୍ତି । ଆମ ଦୁନିଆରୁ କ୍ଷୁଧା ଦୂର କରିବା ପାଇଁ କଠିନ ପରିଶ୍ରମ କରୁଥିବା ସେହି ସରକାର ଏବଂ ଏଜେନ୍ସିମାନଙ୍କୁ ସାହାଯ୍ୟର ଏକ ଛୋଟ ହାତ ଭାବରେ ଆମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛୁ ।” ଏହି ଅବସରରେ ଷ୍ଟୋର୍ ହେଡ୍ ଅଶନାଫ ଆରାକଲ, ଷ୍ଟୋର ମ୍ୟାନେଜର ଚନ୍ଦନ ନାୟକ, ମାର୍କେଟିଂ ମ୍ୟାନେଜର ସିଦ୍ଧେଶ୍ୱର ରଥଏବଂ ମାଲାବାର ଷ୍ଟୋରର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking