13.1 C
Bhubaneswar
Wednesday, January 14, 2026
Homeଖାଦ୍ୟଘରେ ତିଆରି କରନ୍ତୁ ସୁଆଦିଆ ମକା ପରଟା

ଘରେ ତିଆରି କରନ୍ତୁ ସୁଆଦିଆ ମକା ପରଟା

ଭୁବନେଶ୍ୱର : ଆଜିକାଲି ଲୋକମାନଙ୍କୁ ନୂଆ ନୂଆ ଡ଼ିସ ଖାଇବାକୁ ଭଲପାଇଥାନ୍ତି। ତେବେ ଆପଣ ନିଜ ଘରଲୋକଙ୍କୁ ଓ ପିଲାମାନଙ୍କୁ ସୁଆଦିଆ ମକା ପରଟା କରି ଥରେ ଚଖାନ୍ତୁ, ଖାଲି ସଭିଙ୍କ ଠାରୁ ପାଇବେ ପ୍ରଶଂସା । ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ ପ୍ରସ୍ତୁତ କିପରି କରିବେ…
ଆବଶ୍ୟକ ସାମଗ୍ରୀ: ଅଟା, ସିଝା ମକା, କଟା ପିଆଜ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମକାକୁ ଅଳ୍ପ ଲୁଣ ଦେଇ ସିଝାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଅଟା, ଲୁଣ, ସାମାନ୍ୟ ତେଲ ଓ ଆବଶ୍ୟକ ପରିମାଣର ପାଣି ଦେଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଚକଟି ସାରିବା ପରେ ଏହାକୁ ଗୋଳା କରି ରଖନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ସେଥରେ କଟା ପିଆଜ ପକାନ୍ତୁ। ପିଆଜ ଲାଲ୍‌ ହୋଇଗଲେ ସେଥିରେ ଲଙ୍କା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ସିଝା ମକାକୁ ଭଲ ଭାବେ ଚକଟି ଏଥିରେ ପକାଇ କଷନ୍ତୁ। ମସଲା କଷି ହୋଇଗଲା ପରେ ଅଟା ଗୋଳାକୁ ସାମାନ୍ୟ ଚେପଟା କରି ତା’ ମଧ୍ୟରେ ଏହି କଷା ହୋଇଥିବା ମସଲାକୁ ପୂର ଭଳି ଭର୍ତ୍ତି କରି ଚାରିପଟୁ ଚାପି ବନ୍ଦ କରିଦିଅନ୍ତୁ । ଏବେ ଏହାକୁ ପରଟା ବା ରୁଟି ପରି ବେଲି ଦିଅନ୍ତୁ। ଏବେ ତାୱା ଗରମ କରି ସେଥିରେ ତେଲ ଦେବା ପରେ ପରଟାକୁ ସେକନ୍ତୁ। ଦୁଇ ପାଖ ପୂରା ଗୋଲ୍‌ଡେନ୍‌ କଲର୍‌ ହୋଇଗଲେ ପରଟା କାଢ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମକା ପରଟା’। ଏହାକୁ ଦହି, ସସ୍‌ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking