32.1 C
Bhubaneswar
Friday, October 18, 2024
Homeଖାଦ୍ୟଥରେ ଘରେ ତିଆରି କରନ୍ତୁ ସୁଆଦିଆ ଚିକେନ୍‌ ପୋସ୍ତ

ଥରେ ଘରେ ତିଆରି କରନ୍ତୁ ସୁଆଦିଆ ଚିକେନ୍‌ ପୋସ୍ତ

ଭୁବନେଶ୍ୱର : ଆଜି କାଲି ଲୋକଙ୍କୁ କହିବାକୁ ଖୁବ ପସନ୍ଦ, ସେ ପୁଣି ସୁଆଦିଆ ଖାଇବା । ଯଦି ଆପଣଙ୍କୁ ଆମିଷ ପସନ୍ଦ ତବେ ଥରେ ଘରେ ତିଆରି କରନ୍ତୁ ଚିକେନ୍‌ ପୋସ୍ତ ।
ଆବଶ୍ୟକ ସାମଗ୍ରୀ: ଚିକେନ୍‌, ପୋସ୍ତ ବଟା, ଅଦା ରସୁଣ ଜିରା ସୋରିଷ ପେଷ୍ଟ, ଅଦା,ରସୁଣ,ପିଆଜ ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ହଳକ୍ସଶ ଗୁଣ୍ଡ, ତେଲ, ଟମାଟୋ, ରସୁଣ ଓ ଅଦା ଛେଚା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ଭୁର୍ସୁଙ୍ଗ ପତ୍ର, ଲୁଣ, କଞ୍ଚା ଲଙ୍କା ଓ ଲେମ୍ବୁ।ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସେଥିରେ ପୋସ୍ତ ବଟା ଏବଂ ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ୍‌ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଅଦା-ରସୁଣ-ପିଆଜ ବଟା ମଧ୍ୟ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ କଟା ପିଆଜ, ହଳଦି ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ।
ଏହାପରେ ରସୁଣ ଛେଚା, କଟା ଟମାଟୋ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ ଏବଂ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ କିଛି ସମୟ ଢାଙ୍କି ରଖି ଦିଅନ୍ତୁ। ତା’ପରେ ଏକ ମାଟି ପାତ୍ରରେ ତେଲ ଗରମ କରି ସାମାନ୍ୟ କଟା ହୋଇଥିବା ଗୋଟା କଞ୍ଚା ଲଙ୍କା, କଟା ପିଆଜ ଓ ଭୁର୍ସୁଙ୍ଗ ପତ୍ର ପକାଇ ଛୁଙ୍କ କରନ୍ତୁ।ଏହାପରେ ମ୍ୟାରିନେଟ୍‌ ଚିକେନ୍‌କୁ ଛୁଙ୍କରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ମାଟି ପାତ୍ରକୁ ଘୋଡ଼ାଇ ଦିଅନ୍ତୁ ଓ ଚିକେନକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ପାଞ୍ଚ ଦଶ ମିନିଟ୍‌ରେ ଥରେ ଘୋଡ଼ଣି କାଢ଼ି ଚିକେନ୍‌କୁ ଭଲ ଭାବେ ଗୋଳାଇ ଦିଅନ୍ତୁ, ନ ହେଲେ ଚିକେନ୍‌ ମାଟି ପାତ୍ରରେ ଲାଗି ଯାଇପାରେ। ପ୍ରାୟ ଅଧା ଘଣ୍ଟା ପରେ ଚିକେନ୍ ସିଝି ଯିବା ପରେ ଏଥିରେ ଧନିଆ ପତ୍ର ପକାନ୍ତୁ ଓ ପାତ୍ରଟିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍‌ ପୋସ୍ତ। ଆପଣ ଏହି ରେସିପିଟିକୁ ଉଭୟ ଭାତ ଓ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking