31.1 C
Bhubaneswar
Thursday, July 4, 2024
Homeଓଡିଶାବଡ଼ ମେଡିକାଲ୍‌ରେ ବଡ଼ ସମସ୍ୟା: ପାଣି ନପାଇ ଛଟପଟ ରୋଗୀ ଓ ସମ୍ପର୍କୀୟ

ବଡ଼ ମେଡିକାଲ୍‌ରେ ବଡ଼ ସମସ୍ୟା: ପାଣି ନପାଇ ଛଟପଟ ରୋଗୀ ଓ ସମ୍ପର୍କୀୟ

କିଛିଦିନ ହେବ କଟକ ବଡ଼ ମେଜିକାଲ୍‌ର ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସୁଛି । କେବେ ଲାଇନ୍ ରହୁନି ତ କେବେ ପାଣି ସଙ୍କଟ । ବିଶ୍ୱସ୍ତରୀୟର ଡିଣ୍ଡିମ ପିଟା ଚାଲିଥିବା ଏସସିବି ମେଡିକାଲରେ ସତେ ଯେମିତି ଅନ୍ତଃହୀନ ଦୁର୍ଦ୍ଦଶା । ଦୁଇ ଦିନ କାଳ ବିନା ଲାଇନ୍‌ରେ ଛଟପଟ ହେବା ପରେ ଗତକାଲି ବିନା ପାଣିରେ କଲବଲ ହୋଇଥିଲେ ରୋଗୀ ଓ ସେମାନଙ୍କ ସଂପର୍କୀୟ ।

ପିଇବା ପାଇଁ ସିନା କିଣି ଆଣି ଚଳେଇ ଦେଲେ, ହେଲେ ଝାଡ଼ା-ପରିସ୍ରା ଯିବା ବେଳକୁ ସମସ୍ତଙ୍କର ଅକଲ ଗୁଡମ୍ ହୋଇଯାଇଥିଲା । କିଏ ବୋତଲ ଧରି ଏ ୱାର୍ଡରୁ ସେ ୱାର୍ଡ ଘୂରି ବୁଲିଲେ । ତ ଆଉ କିଏ ପାଣିକୁ ଅପେକ୍ଷା କରିଥିଲେ ଘଣ୍ଟା ଘଣ୍ଟା ଧରି । ହେଲେ ସମସ୍ୟା ସୁଧୁରିଲାନି ।

ପାଣି ଏତେ କମ୍ ଆସୁଛି ଯେ, ଗୋଟିଏ ବୋତଲ ପୁରିବାକୁ ୨୦-୨୫ ମିନିଟ୍‌ ସମୟ ଲାଗୁଛି । ମେଡିକାଲ୍‌ ପରିସରରେ ଥିବା ଶୌଚାଳୟକୁ ମଧ୍ୟ ପାଣି ଆସୁ ନ ଥିବାରୁ ରୋଗୀ ଓ ସମ୍ପର୍କୀୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।  ଏନେଇ ରୋଗୀ ଓ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking