32.1 C
Bhubaneswar
Monday, October 21, 2024
Homeଓଡିଶାଦୂର୍ଘଟଣା ହ୍ରାସ ପାଇଁ ବଡ଼ ପଦକ୍ଷେପ; ଫୋକସ୍‌ରେ ସ୍ୱୟଂ ଚାଳିତ ଯାଞ୍ଚ ଷ୍ଟେସନ

ଦୂର୍ଘଟଣା ହ୍ରାସ ପାଇଁ ବଡ଼ ପଦକ୍ଷେପ; ଫୋକସ୍‌ରେ ସ୍ୱୟଂ ଚାଳିତ ଯାଞ୍ଚ ଷ୍ଟେସନ

ଭୁବନେଶ୍ୱର: ଓଡ଼ିଶା ଏକ ଦୂର୍ଘଟଣା ପ୍ରବଣ ରାଜ୍ୟ । ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ ଦୂର୍ଘଟଣା ହାର ଯଥେଷ୍ଟ ଅଧିକ । ସୁପ୍ରିମ୍‌କୋର୍ଟ ଏନେଇ ଖପ୍ପା ହେବା ସହ ତୁରନ୍ତ ଜରୁରୀ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦାରଖ ପାଇଁ ସର୍ବୋଚ୍ଚ କୋର୍ଟ ମଧ୍ୟ ସଡ଼କ ସୁରକ୍ଷା କମିଟି ଗଠନ କରିଥିଲେ । ଫଳରେ ରାଜ୍ୟ ସରକାର ଦୂର୍ଘଟଣା ପ୍ରଶମିତ ପାଇଁ ଭଲ ରାସ୍ତା, ଟ୍ରାଫିକ୍ ନିୟନ୍ତ୍ରଣ, ସ୍ପିଡ୍ କଣ୍ଟ୍ରୋଲ ଓ ଡ୍ରାଇଭର ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ସରକାରଙ୍କ ଫୋକସ୍‌ରେ ରଖିଛନ୍ତି ସ୍ୱୟଂ ଚାଳିତ ଯାଞ୍ଚ ଷ୍ଟେସନ ପ୍ରତିଷ୍ଠା । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ୬ଟି ସ୍ଥାନ ଚିହ୍ନଟ କରିବା ସହ ଆଠଟି ଜିଲ୍ଲାରେ ଟ୍ରକ୍ ଟର୍ମିନାଲ କାରିବାକୁ ନିଷ୍ପତ୍ତି ନେଇଛନ୍ତି । କିଛି ସ୍ଥାନରେ କାର୍ଯ୍ୟ ଆରମ୍ଭ ହୋଇଛି ।

ରିପୋର୍ଟ ଭିତ୍ତିରେ ଜାତୀୟ ହାର ତୁଳନାରେ ରାଜ୍ୟରେ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଛି । ରାଜ୍ୟରେ ପ୍ରତି ୧୦୦ ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ହେଉଥିବାବେଳେ ଜାତୀୟସ୍ତରରେ ମୃତ୍ୟୁ ସଂଖ୍ୟା ୩୬ । ୨୦୧୫ରୁ ପ୍ରତ୍ୟେକ ବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ୧୦% ହ୍ରାସ କରିବାକୁ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା । ହେଲେ କମିବା ପରିବର୍ତ୍ତେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୧୪ରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୩,୯୩୧ ଥିବାବେଳେ ତାହା ୨୦୨୦ରେ ୪,୭୩୮ରେ ପହଞ୍ଚି୍‌ଛି । ୨୦୨୨ ସୁଦ୍ଧା ଏହି ସଂଖ୍ୟା ୫ ହଜାରକୁ ବଢ଼ିଛି । କେବଳ ହେଲ୍‌ମେଟ ନ ପିନ୍ଧିବାରୁ ରାଜ୍ୟରେ ୪୧% ମୃତ୍ୟୁ ହେଉଛି ।

ରାଜ୍ୟରେ ବଢୁଥିବା ଏହି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଗଭୀର ଉଦ୍‌ବେଗ ପ୍ରକାଶ କରିବାରୁ ଓଡ଼ିଶା ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ନିମନ୍ତେ ସଡ଼କ ସୁରକ୍ଷା ପାଣ୍ଠି ପାଇଁ ରାଜ୍ୟ ସରକାର ଅନୁଦାନ ବୃଦ୍ଧି କରିଛନ୍ତି । ବଜେଟ୍‌ରେ ଏଥିପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ‘ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା’ ନାମରେ ବୈଷୟିକ ଜ୍ଞାନକୌଶଳଯୁକ୍ତ ନୂଆ ଯୋଜନା କାର୍ଯ୍ୟକାରୀ ହୋଇଛି ।

କୁଶଳୀ ଚାଳକ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଏବଂ ଯାଜପୁର ଜିଲ୍ଲାର ଛତିଆଠାରେ ୪ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି । ଏଥନିମନ୍ତେ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି । ଯାନବାହନଗୁଡ଼ିକର ସ୍ୱୟଂଚାଳିତ ଯାଞ୍ଚ ପାଇଁ ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ଗଞ୍ଜାମ, ଅନୁଗୁଳ ଓ କେନ୍ଦୁଝର ଆଦି ୬ଟି ସ୍ଥାନରେ ଅଟୋମେଟେଡ୍ ଟେଷ୍ଟିଙ୍ଗ୍ ଷ୍ଟେସନ(ଏଟିଏସ୍‌) ପ୍ରତିଷ୍ଠା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking