19.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି; ଆପୋଷ ସମାଧାନରେ ବନ୍ଦ ହୋଇପାରିବନି ଯୌନ ଉତ୍ପୀଡ଼ନ ମାମଲା

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି; ଆପୋଷ ସମାଧାନରେ ବନ୍ଦ ହୋଇପାରିବନି ଯୌନ ଉତ୍ପୀଡ଼ନ ମାମଲା

ନୂଆଦିଲ୍ଲୀ: ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଆପୋଷ ସମଧାନ ଦ୍ୱାରା ଯୌନ ଉତ୍ପୀଡନ ଭଳି ସମ୍ବେଦନଶୀଳ ମାମଲାକୁ ବନ୍ଦ କରାଯାଇପାରିବନି। ଗୁରୁବାର ଏକ ମାମଲା ଉପରେ ଶୁଣାଣି କରିବା ପରିପ୍ରେକ୍ଷୀରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟ ଦେଇଥିବା ଏକ ନିର୍ଦ୍ଦେଶକୁ ମଧ୍ୟ ରଦ୍ଦ କରିଦେଇଛନ୍ତି। ରିପୋର୍ଟ ଅନୁସାରେ ଜଣେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଉପରେ ଶୁଣାଣି କରି ରାଜସ୍ଥାନ ହାଇକୋର୍ଟ ଅଭିଯୁକ୍ତ ଶିକ୍ଷକଙ୍କୁ ମୁକ୍ତ କରିଥିଲେ ଏବଂ ତାଙ୍କ ବିରୋଧରେ ମାମଲା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତା ଏବଂ ଅଭିଯୁକ୍ତ ଶିକ୍ଷକଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଦର୍ଶାଇ ରାଜସ୍ଥାନ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ଏପ୍ରକାର ରାୟକୁ ନେଇ ଜଣେ ତୃତୀୟ ପକ୍ଷ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌୍ କରିଥିଲେ।
ଗୁରୁବାର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସିଟି ରବିକୁମାର ଓ ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ପୂର୍ବକ ଉପରୋକ୍ତ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବାତିଲ କରାଯାଉଛି। ଏତଲା ଏବଂ ଅପରାଧିକ ପ୍ରକ୍ରିୟା ଆଇନ ଅନୁଯାୟୀ ଆଗକୁ ଜାରି ରଖାଯାଉ। ୨୦୨୩ ଅକ୍ଟୋବର ମାସରେ ରାୟ ସଂରକ୍ଷିତ ରଖାଯାଇଥିଲା। ଏହି ମାମଲାରେ ପ୍ରଶ୍ନ ଉଠିଥିଲା ଯେ, କ’ଣ ହାଇକୋର୍ଟ ଧାରା ୪୮୨ ସିଆରପିସି ଅଧୀନରେ ନିଜ କ୍ଷମତାକୁ ବ୍ୟବହାର କରି ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ହୋଇଥିବା ସାମଧାନ ଆଧାରରେ ଯୌନ ନିର୍ଯାତନା ମାମଲାକୁ ବନ୍ଦ କରିପାରିବେ କି? ଏଭଳି ପରିସ୍ଥିତିରେ ହାଇକୋର୍ଟଙ୍କ ଆଦେଶ ଉପଯୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ସୁପ୍ରିମକୋର୍ଟ ତୃତୀୟ ପକ୍ଷଙ୍କ ଏପ୍ରକାର ପିଟିସନ୍‌କୁ ମଧ୍ୟ ଅଗ୍ରାହ୍ୟ କରିଥିଲେ ଏବଂ ଏହା ତୃତୀୟ ପକ୍ଷଙ୍କ ଅଧିକାର ପରିସରଭୁକ୍ତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ଏହି ପ୍ରସଙ୍ଗର ଯାଞ୍ଚ କରିବାକୁ ପରେ କୋର୍ଟ ନିଷ୍ପତ୍ତି ନେଇଛନ୍ତି ଏବଂ ନିର୍ଦ୍ଦେଶ ଦେଇଛନ୍ତି ଯେ, ଅଭିଯୁକ୍ତ ଓ ପୀଡ଼ିତାଙ୍କ ପିତାଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଉ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking