30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଭାରତୀୟ ବାୟୁସେନାର ଏୟାର ଶୋ' ସମୟରେ ବଡ ଅଘଟଣ ; ୫ ପର୍ଯ୍ୟଟକଙ୍କ ମୃତ୍ୟୁ

ଭାରତୀୟ ବାୟୁସେନାର ଏୟାର ଶୋ’ ସମୟରେ ବଡ ଅଘଟଣ ; ୫ ପର୍ଯ୍ୟଟକଙ୍କ ମୃତ୍ୟୁ

ଚେନ୍ନାଇ : ଭାରତୀୟ ବାୟୁସେନାର ଏୟାର ଶୋ’ ସମୟରେ ବଡ ଅଘଟଣ । ଶୋ’ ଦେଖିବାକୁ ଆସିଥିା ୫ ପର୍ଯ୍ୟଟକଙ୍କ ମୃତ୍ୟୁ । ରବିବାର ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ ଅବସରରେ ଚେନ୍ନାଇର ମରିନା ବିଚ୍‌ରେ ଏୟାର ଶୋ’ ଆୟୋଜନ ହୋଇଥିଲା। ବାୟୁସେନାର ଏୟାର ଶୋ’ ଦେଖିବାକୁ ଚେନ୍ନାଇର ମରିନା ବିଚ୍‌ରେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଭିଡ ଜମାଇଥିଲେ। ଏହି ସମୟରେ ପ୍ରବଳ ଗୁଳୁଗୁଳୁ ଗରମ ହେଉଥିଲା। ଡିହାଇଡ୍ରେସନ ଯୋଗୁ ଗତକାଲି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ୨ ଜଣ ଆଖି ବୁଜିଛନ୍ତି। ସେହିପରି ୨୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହିଟ୍‌ ଷ୍ଟ୍ରୋକ ଯୋଗୁ ଏମାନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। କୁହାଯାଉଛି ଯେ, ଟ୍ରାଫିକ ଅଧିକାରୀଙ୍କ ଖରାପ ଯୋଜନା କାରଣରୁ ଚେନ୍ନାଇରେ ଲକ୍ଷାଧିକ ଲୋକେ ଫସି ରହିଥିଲେ। ସହରର ଅନେକ ସ୍ଥାନରେ ଏପରି ଘଟଣା ସାମ୍ନାକୁ ଆସିଥିଲା। ଯେଉଁଠି ଲୋକେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ। ଅନ୍ୟପଟେ ଯେଉଁଠି କାର୍ଯ୍ୟକ୍ରମ ହେଉଥିଲା, ଅର୍ଥାତ ମରିନା ବିଚ୍‌ରେ ଏକତ୍ରିତ ହୋଇଥିବା ଲୋକେ କାର୍ଯ୍ୟକ୍ରମ ପରେ ସେଠାରୁ ଫେରିବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଫେରି ପାରିନଥିଲେ। ଏହି ଏୟାର ଶୋ’ରେ ସ୍ପେଶାଲ୍ ଗରୁଡ଼ ଫୋର୍ସ କମାଣ୍ଡୋଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଏଥିରେ ରାଫେଲ ସମେତ ୭୨ ଟି ବିମାନ, ଅତ୍ୟାଧୁନିକ ଭାବରେ ନିର୍ମିତ ଅତ୍ୟାଧୁନିକ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସ୍, ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରାକାନ୍ ଏବଂ ହେରିଟେଜ୍ ବିମାନ ଡାକୋଟା ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଏୟାର ଶୋ’ ଦେଖିବା ପାଇଁ ପ୍ରାୟ ୧୫ ଲକ୍ଷ ଲୋକ ସମୁଦ୍ର କୂଳରେ ଏକାଠି ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking