18.1 C
Bhubaneswar
Tuesday, November 19, 2024
Homeଓଡିଶାପ୍ରକୃତି ପୂଜାରେ ଅନନ୍ୟ ପରମ୍ପରା ‘ମାଇପି ମେଳା’

ପ୍ରକୃତି ପୂଜାରେ ଅନନ୍ୟ ପରମ୍ପରା ‘ମାଇପି ମେଳା’

ଭୁବନେଶ୍ୱର : ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ନରିଶୋ ଗ୍ରାମ ପଞ୍ଚାୟତର ତାଳତଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି ପ୍ରକୃତି ପୂଜାର ଅନନ୍ୟ ପରମ୍ପରା ‘ମାଇପି ମେଳା’ । କୋଭିଡ୍ କଟକଣା ପାଇଁ ଗତ ଦୁଇବର୍ଷ ହେଲା ଏହି ଉତ୍ସବ ପାଳନ କରିବା ଉପରେ ପ୍ରତିବନ୍ଧକ ଲାଗିଥିଲା। ହେଲେ ଏବର୍ଷ ଖୁବ୍ ଉତ୍ସାହ ଓ ଉଦ୍ଦିପନାର ସହିତ ମେଳା ଆୟୋଜନ କରାଯାଇଥିଲା । ଅନେକଙ୍କ ଭାଷାରେ ‘ବୁତୀ ମେଳା’ ନାମରେ ନାମିତ ଏହି ଉତ୍ସବରେ ଆଜି ପୁରୀ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଗ୍ରାମରୁ ପ୍ରାୟ ଶହେରୁ ଅଧିକ ମହିଳା ଏଠାରେ ଆସି ଗୁହାରିଆ ପଡ଼ିଥିଲେ । ବାରୁଣୀ ଯାତ୍ରା ଦିନ ଏହି ମେଳା ଆରମ୍ଭ ହୋଇଥାଏ ।

ଏଠାରେ କୌଣସି ଦିଅଁ ଦେବତାଙ୍କ ମନ୍ଦିର ନାହିଁ । ମାତ୍ର ପ୍ରକୃତି ଦେବୀଙ୍କୁ ଆରାଧନା କରି ବଡ଼ି ଭୋରୁ ମାନସିକଧାରିଣୀ ମା’ ଓ ମହିଳାମାନେ ସ୍ନାନ କରି ଏଠାରେ ଗୁହାରିଆ ପଡ଼ିଥା’ନ୍ତି । ଏଠାରେ ରହିଛି ଏକ ବିରାଟ ଲତାଜାତୀୟ କୋଳି ଗଛ । ‘ବନ ବିହାରୀ’ ଠାକୁର ନାମରେ ସେହି ଗଛକୁ ପୂଜା କରିବା ପରେ ସେହି ମୂଳରେ ପ୍ରଭାତରୁ ମହିଳାମାନେ ପୂଜାର୍ଚ୍ଚନା କରି ଗୁହାରିଆ ପଡ଼ିଥିଲେ । ଗଛ ମୂଳରେ ଭୋଗଲାଗି କରିବା ପରେ ନାଲି ପତାକା ଓ ମନ୍ଦାର ଫୁଲ ସହିତ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ସମସ୍ତ ମାନସିକଧାରୀ ମହିଳାଙ୍କ ମୁଣ୍ଡରେ ଗୁଆ ଓ ନଡ଼ିଆ ଥୁଆ ହୋଇଥିଲା ।

ଉକ୍ତ ନଡ଼ିଆକୁ ପୂଜକ ନେଇ ବନ ବିହାରୀ ଠାକୁରଙ୍କୁ ଲାଗି କରିବା ପରେ ପୁଣି ଗୁହାରିଆ ମହିଳାଙ୍କ ମୁଣ୍ଡ ଉପରେ ରଖିଥିଲେ । ବନ ବିହାରୀଙ୍କ ଆଜ୍ଞାପ୍ରାପ୍ତ ହେବା ପରେ ସେମାନେ ସେଠାରୁ ଉଠି ନାଲି ପତାକା ଠାକଚରଙ୍କ ନିକଟରେ ପୋତିଥିଲେ । ବିଶ୍ୱାସ ରହିଛି ଯେ ଏଠାରେ ଗୁହାରିଆ ପଡ଼ିବା ପରେ ମନୋସ୍କାମନା ପୂରଣ ହୋଇଥାଏ । ତେଣଉ ପ୍ରତିବର୍ଷ ଏଠାରେ ଗୁହାରିଆ ମହିଳାମନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଶନ୍ତି ଶୃଂଙ୍ଖଳା ରକ୍ଷା କରିବା ପାଇଁ ବାଲିପାଟଣା ପୋଲିସ ପକ୍ଷରୁ ଏଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୀମାନ୍ତ ଅଞ୍ଚଳ ହୋଇଥିବାରୁ ନିମାପଡ଼ା ଥାନା ପୋଲିସ ମଧ୍ୟ ଏଠାରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking