19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଏଥିକ୍‌ସ କମିଟିକୁ ଗଲା ମହୁଆଙ୍କ ମାମଲା

ଏଥିକ୍‌ସ କମିଟିକୁ ଗଲା ମହୁଆଙ୍କ ମାମଲା

ନୂଆଦିଲ୍ଲୀ :  ଲୋକସଭାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୈତ୍ର ଲାଞ୍ଚ ଗ୍ରହଣ କରି ପ୍ରଶ୍ନ କରିଥାନ୍ତି ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଯେଉଁ ଅଭିଯୋଗ ଆଣିଛନ୍ତି, ତାହାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ଏହି ମାମଲା ବର୍ତ୍ତମାନ ଲୋକସଭା ଏଥିକ୍‌ସ କିମିଟିକୁ ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିଳ୍ପପତି ଗୌତମ ଅଦାନୀଙ୍କୁ ଟାର୍ଗେଟ କରିବାକୁ ମହୁଆ କୁଆଡେ ଦର୍ଶନ ହୀରାନନ୍ଦାନୀ ନାମକ ଜଣେ ବ୍ୟବସାୟୀଙ୍କ ନିକଟରୁ ପ୍ରବଳ ଲାଞ୍ଚ ନେଇଥିଲେ ବୋଲି ନିଶିକାନ୍ତ ଅଭିଯୋଗ କରିଛନ୍ତି । ଏଭଳି କାର୍ଯ୍ୟ ଦ୍ୱାରା ମହୁଆ ସଂସଦୀୟ ସ୍ୱାଧିକାର ଭଙ୍ଗ କରିଥିବା ଅଭିଯୋଗ କରି ନିଶିକାନ୍ତ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟକୁ ପତ୍ର ଲେଖିଛନ୍ତି । ଅପରପକ୍ଷରେ ହୀରାନନ୍ଦାନୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ହୀରାନନ୍ଦାନୀ ଗ୍ରୁପ୍ ପକ୍ଷରୁ କୁହାଯାଇଛି । ଲୋକସଭାରେ ପ୍ରଶ୍ନ ପଚାରିବାକୁ ହୀରାନନ୍ଦାନୀ ଗ୍ରୁପ୍ ପକ୍ଷରୁ ମହୁଆଙ୍କୁ ୨ କୋଟି ଟଙ୍କାର ଚେକ୍ ଏବଂ ମୂଲ୍ୟବାନ ଆଇ-ଫୋନ୍ ଉପହାର ଦିଆଯାଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ୨୦୧୯ରୁ ୨୦୨୩ ଅଗଷ୍ଟ ମଧ୍ୟରେ ମହୁଆ ଲୋକସଭାରେ ମୋଟ ୬୧ଟି ପ୍ରଶ୍ନ ଉତ୍‌ଥାପନ କରିଥିବାବେଳେ ଏଥିମଧ୍ୟରୁ ୫୦ଟି ପ୍ରଶ୍ନ ହୀରାନନ୍ଦାନୀ ଗ୍ରୁପ୍ ସହ ଜଡିତ ଥିବା ନିଶିକାନ୍ତ କହିଛନ୍ତି । ପ୍ରଶ୍ନ ନିର୍ଦ୍ଧାରଣ କରିବାକୁ ମହୁଆ ନିଜର ଲୋକସଭା ଇ-ମେଲ ଆକାଉଣ୍ଟକୁ ହୀରାନନ୍ଦନୀଙ୍କୁ ସୁଯୋଗ ଦେଇଥିଲେ । ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ ବ୍ୟାପକ ଅନୁସନ୍ଧାନ କରି ଏହି ତଥ୍ୟ ହାସଲ କରିଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking