27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶରୋଗୀ ମୃତ୍ୟୁ ନେଇ ଡାକ୍ତରଖାନାରେ ତନାଘନା, ଘରୋଇ ହସ୍ପିଟାଲ ଉପରେ ଦୋଷ ଠେଲିଦେଇପାରେ ସରକାର

ରୋଗୀ ମୃତ୍ୟୁ ନେଇ ଡାକ୍ତରଖାନାରେ ତନାଘନା, ଘରୋଇ ହସ୍ପିଟାଲ ଉପରେ ଦୋଷ ଠେଲିଦେଇପାରେ ସରକାର

ନୂଆଦିଲ୍ଲୀ: ରୋଗୀ ମୃତ୍ୟୁକୁ ନେଇ ମହାରାଷ୍ଟ୍ରରେ ତନାଘନା ଚାଲିଛି । ତେବେ ଏହାରି ମଧ୍ୟ ନିଜ ଦୋଷକୁ ଢ଼ାଙ୍କିବା ପାଇଁ ହସ୍ପିଟାଲ ଉପରେ ଦୋଷ ଠେଲି ଦେଇପାରେ ମହାରାଷ୍ଟ୍ର ସରକାର ବୋଲି ଚର୍ଚ୍ଚା ହେଉଛି । ନାନ୍ଦେଡ୍‌ର ଏକ ହସ୍ପିଟାଲରେ ୭୪ ଘଣ୍ଟାରେ ୩୧ ମୃତ୍ୟୁକୁ ନେଇ ଖୁବ୍ ସମାଲୋଚନାର ଶିକାର ହୋଇଛି ମହରାଷ୍ଟ୍ର ସରକାର। ଏଥିପାଇଁ ଏହା ଏହି ଅଞ୍ଚଳରେ ଥିବା ଘରୋଇ ସ୍ୱାସ୍ଥ୍ୟ ୟୁନିଟ୍ ଉପରେ ଦୋଷ ଲଢ଼ିବାକୁ ପ୍ରସ୍ତୁତ ହେଉଛି , ଯେଉଁ ଗୁଡ଼ିକ ଏକ୍ସଟେଣ୍ଡଡ ୱିକେଏଣ୍ଡ ପାଇଁ ବନ୍ଦ ଥିଲା, ଯାହାକି ସୂତ୍ର ଗୁଡ଼ିକରୁ ଏନଡିଟିଭିକୁ ସୂଚନା ମିଳିଛି।
ସରକାରୀ ହସ୍ପିଟାଲରେ ହୋଇଥିବା ୩୧ଟି ମୃତ୍ୟୁ ଉପରେ ଧ୍ୟାନ ଦେଇ ,ବମ୍ୱେ ହାଇକୋର୍ଟ ପୂରା ଘଟଣା ଉପରେ ଏକନାଥ ସିନ୍ଦେ ସରକାରଙ୍କ ଠାରୁ ବିସ୍ତୃତ ପ୍ରତିକ୍ରିୟା ମାଗି ଥିଲେ। ଏହା ଏମିତି ବି କହିଥିଲା କି, ସ୍ୱାସ୍ଥ୍ୟର ଅନୁଧ୍ୟାନ କରୁଥିବା ୟୁନିଟ୍ ଗୁଡ଼ିକରେ ଔଷଧ , ବେଡ୍ ଓ କର୍ମଚାରୀଙ୍କ ଅଭାବ ଅସ୍ୱୀକାର‌୍ୟ୍ୟ।
ସୂତ୍ର ମୁତାବିକ, ମହାରାଷ୍ଟ୍ର ସରକାର ଆଜି କୋର୍ଟଙ୍କୁ କହିପାରେ କି ନାନ୍ଦେଡରେ ଡା. ଶଙ୍କର ରାଓ ଚହ୍ୱାଣ ସରକାରୀ ମେଡିକାଲ କଲେଜ୍ ଓ ହସ୍ପିଟାଲ ପାଖରେ ଥିବା ଘରୋଇ ହସ୍ପିଟାଲରେ ଲଗାତାର ଛୁଟି କାରଣରୁ କମ୍ କର୍ମଚାରୀ ଥିଲେ।
ରାଜ୍ୟ ସରକାର କୋର୍ଟଙ୍କୁ ଏହା କହିବାକୁ ପ୍ରସ୍ତୁତ କି, ଘରୋଇ ହସ୍ପିଟାଲ ଗୁଡ଼ିକ ଗୁରୁତର ମାମଲାରେ, ଯେଉଁଥିରେ ଅନେକ ନବଜାତ ଶିଶୁ ଥିଲେ, ତାଙ୍କୁ ସରକାରୀ ହସ୍ପିଟାଲକୁ ରେଫର କରି ଦେଇଥିଲେ ଏବଂ ଏଥିରେ ନାନ୍ଦେଡ ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା ବଢ଼ିଗଲା। ସୂତ୍ର ମୁତାବିକ , ରାଜ୍ୟ ସରକାର ନିଜର ଆଫିଡେଭିଟିରେ ଏହା କହି ପାରନ୍ତି କି ନାନ୍ଦେଡ ହସ୍ପିଟାଲରେ ପାଖାପାଖି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ପାଇଁ ଘରୋଇ ହେଲ୍‌ଥକେୟାର ୟୁନିଟ୍ ଗୁଡ଼ିକ ଦାୟୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking