28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମହାରାଷ୍ଟ୍ରର ଯୌଥ ପରିବାରରେ ୭୨ ସଦସ୍ୟ: ଦିନକୁ ଖର୍ଚ୍ଚ ୧୨୦୦ ଟଙ୍କାର ପରିବା

ମହାରାଷ୍ଟ୍ରର ଯୌଥ ପରିବାରରେ ୭୨ ସଦସ୍ୟ: ଦିନକୁ ଖର୍ଚ୍ଚ ୧୨୦୦ ଟଙ୍କାର ପରିବା

ମୁମ୍ବାଇ : ମହାରାଷ୍ଟ୍ରର ସୋଲାପୁରର ଏକ ପରିବାର ଏବେ ଖବରରେ ଅଛି । ଏହି ଯୌଥ ପରିବାରରେ ୭୨ ସଦସ୍ୟ ଅଛନ୍ତି । ସମସ୍ତେ ଗୋଟିଏ ଛାତ ତଳେ ରହୁଛନ୍ତି । ପରିବା ବାବଦକୁ ଏମାନଙ୍କର ପ୍ରତିଦିନ ୧୦୦୦ରୁ ୧୨୦୦ ଟଙ୍କା ଖର୍ଚ୍ଚ ହୁଏ । ଦିନକୁ ୧୦ ଲିଟର କ୍ଷୀର ଆବଶ୍ୟକ ହୁଏ । ମୂଳତଃ କର୍ଣ୍ଣାଟକର ଏହି ବ୍ୟବସାୟୀ ପରିବାର ପ୍ରାୟ ୧୦୦ ବର୍ଷ ତଳେ ସୋଲାପୁର ଅସିଥିଲା । ଦୋଇଯୋଡ଼େ ପରିବାରର ୪ ପିଢ଼ି ଗୋଟିଏ ଘରେ ରହୁଛନ୍ତି ।
ଏହାର ମହିଳା ସଦସ୍ୟଙ୍କ କହିବା ଅନୁସାରେ, ପ୍ରଥମେ ସେମାନେ ଘରର ସଦସ୍ୟ ସଂଖ୍ୟା ଦେଖି ଡରୁଥିଲେ । ଏବେ ସମସ୍ତଙ୍କ ସହ ମିଶିଯାଇଛନ୍ତି । ଜଣେ ଟ୍ୱିଟର୍ ୟୁଜର୍ ଏହି ପରିବାରର ଭିଡିଓ ଶେୟାର କରିଛନ୍ତି, ଯାହାକୁ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରସ୍ତୁତ କରିଛି । ୟୁଜର୍ ଜଣକ ଭିଡିଓ ସହିତ କ୍ୟାପ୍ସନ ଲେଖିଛନ୍ତି ‘ଏକ ଭାରତୀୟ ଯୌଥ ପରିବାରର ସୁନ୍ଦରତା’ । ଭିଡିଓରେ ପରିବାରର ଅନ୍ୟତମ ସଦସ୍ୟ ଅଶ୍ୱିନ ଦୋଇଜୋଡ଼େ କହିଛନ୍ତି, ଆମ ପରିବାର ଏତେ ବଡ଼ ଯେ ଦିନକୁ ୧୦ ଲିଟର କ୍ଷୀର ବି କମ୍ ପଡ଼ିଯାଏ । ପ୍ରତିଦିନ ୧୨୦୦ ଟଙ୍କାର ପରିବା ଖର୍ଚ୍ଚ ହେଉଛି । ଆମିଷ ଏହାଠୁ ୩-୪ ଗୁଣ ଅଧିକ ମହଙ୍ଗା । ଆମେ ବର୍ଷକ ପାଇଁ ଚାଉଳ, ଗହମ ଓ ଡାଲି (ପ୍ରାୟ ୪୦-୫୦ ବସ୍ତା) କିଣୁଛୁ ।
ଦୋଇଜୋଡ଼େ ପରିବାରର ବୋହୂ ନୈନା ଦୋଇଜୋଡ଼େ କହିଛନ୍ତି, ଏହି ପରିବାରରେ ଜନ୍ମ ହୋଇ ବଢ଼ିଥିବା ଲୋକେ ସହଜରେ ରହିଥାନ୍ତି । କିନ୍ତୁ ଏଠାକୁ ଯେଉଁମାନେ ବିବାହ କରି ଆସିଥାନ୍ତି, ପ୍ରଥମେ ସେମାନଙ୍କ ପାଇଁ ଟିକିଏ ଅସୁବିଧା ହୁଏ । କିନ୍ତୁ ସମସ୍ତଙ୍କ ସାହାଯ୍ୟ ଫଳରେ ସବୁକିଛି ସହଜ ହୋଇଯାଏ । ଏହି ପରିବାରରେ ପିଲାମାନେ ପରସ୍ପର ମଧ୍ୟରେ ଖେଳକୁଦରେ ଖୁସି ରୁହନ୍ତି । ଏଥିପାଇଁ ସେମାନଙ୍କୁ ବାହାର ପିଲାଙ୍କ ଆବଶ୍ୟକ ହୁଏ ନାହିଁ । ସୋସିଆଲ ମିଡିଆରେ ଏହି ପରିବାରକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ୟୁଜର୍ ଭାରତୀୟ ସଂସ୍କୃତିକୁ ପ୍ରଶଂସା କରିଛନ୍ତି । ଏକବିଂଶ ଶତାବ୍ଦୀରେ ଆମେ ଯୌଥ ପରିବାର ବିଚାରକୁ ହଜାଇ ଦେଇଛୁ ବୋଲି ଲୋକେ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking