18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶମହାରାଷ୍ଟ୍ର-ଝାଡ଼ଖଣ୍ଡ ଏକ୍‌ଜିଟ୍ ପୋଲ୍: ଏନଡିଏ ଆଗୁଆ, ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍‌କା

ମହାରାଷ୍ଟ୍ର-ଝାଡ଼ଖଣ୍ଡ ଏକ୍‌ଜିଟ୍ ପୋଲ୍: ଏନଡିଏ ଆଗୁଆ, ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍ ପୋଲ୍ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି। ଏନଡିଏ ଆଗୁଆ ରହିଥିବାବେଳେ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍‌କା ଲାଗିବ ବୋଲି ଏକ୍‌ଜିଟ୍ ପ‌ୋଲ୍‌ରେ ଦର୍ଶାଯାଇଛି। ବିଭିନ୍ନ ଏକ୍‌ଜିଟ୍ ପୋଲ୍‌ର ଆକଳନ ଅନୁସାରେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ମହାୟୁତି ପୁଣି ସରକାର ଗଠନ କରିବ। ସେହିପରି ଝାଡ଼ଖଣ୍ଡରେ ବିଜେପି ମେଣ୍ଟ ସଫଳତା ହାସଲ କରିବ। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫। ମାଟ୍ରିଜ କରିଥିବା ଏକ୍‌ଜିଟ୍ ପୋଲ୍‌ରେ କୁହାଯାଇଛି ଯେ ବିଜେପି ମେଣ୍ଟ ମହାରାଷ୍ଟ୍ରରେ ୧୫୦-୧୭୦ଟି ଆସନ ଜିତିବ। ସେହିପରି କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଘାଡ଼ି ୧୧୦ରୁ ୧୩୦ ଓ ଅନ୍ୟାନ୍ୟ ଦଳ ୮ରୁ ୧୦ଟି ଆସନ ଜିତିବେ।

ମାଟ୍ରିଜ ଅନୁସାରେ ମହାରାଷ୍ଟ୍ରରେ ବିଜେପି ଏକାକୀ ୮୯ରୁ ୧୦୧, କଂଗ୍ରେସ ୩୯ରୁ ୪୭, ଶିବସେନା ୩୭ରୁ ୪୫, ଏନସିପି(ଶରଦ ପାୱାର) ୩୫ରୁ ୪୩, ଶିବସେନା(ଉଦ୍ଧବ ଠାକରେ) ୨୧ରୁ ୨୯ ଓ ଏନସିପି(ଅଜିତ ପାୱାର) ୧୭ରୁ ୨୬ଟି ଆସନ ଜିତିବ।

ପିଏମଆରକ୍ୟୁ ଏକ୍‌ଜିଟ୍ ପୋଲ୍‌ରେ କୁହାଯାଇଛି ଯେ ବିଜେପି ମେଣ୍ଟ ୧୩୭ରୁ ୧୫୭, ଏମଭିଏ ୧୨୬ରୁ ୧୪୬ ଓ ଅନ୍ୟାନ୍ୟ ଦଳ ୨ରୁ ୮ ଆସନ ଜିତିବେ।

ପିପୁଲ୍ସ ପ୍ଲସ ଏକ୍‌ଜିଟ୍ ପୋଲ୍‌ ଅନୁସାରେ ମହାରାଷ୍ଟ୍ରରେ ବିଜେପି ମେଣ୍ଟ ୧୭୫ରୁ ୧୯୫, ଏମଭିଏ ୮୫ରୁ ୧୧୨ ଓ ଅନ୍ୟାନ୍ୟ ଦଳ ୭ରୁ ୧୨ଟି ଆସନ ପାଇବେ।

ଚାଣକ୍ୟ ଷ୍ଟ୍ରାଟେଟିଜ୍‌ ଏକ୍‌ଜିଟ୍ ପୋଲ୍‌ରେ କୁହାଯାଇଛି ମହାରାଷ୍ଟ୍ରରେ ମହାୟୁତି ସରକାରକୁ ଫେରିବ। ଭାଜପା ସହଯୋଗୀ ଦଳ ୧୫୨ ରୁ ୧୬୦ ଆସନ ପାଇବେ। କଂଗ୍ରେସ ମିଳିତ ଇଣ୍ଡିଆ ମେଣ୍ଟ ୧୩୦ ରୁ ୧୩୮ ଆସନ ପାଇବ। ସେହିପରି ଝାଡ଼ଖଣ୍ଡରେ ଏନଡିଏ ଆଗୁଆ ରହିଥିବା ବିଭିନ୍ନ ଏକ୍‌ଜିଟ୍ ପୋଲ୍‌ରେ ଦର୍ଶାଯାଇଛି। ମାଟ୍ରିଜ୍‌ ଏକ୍‌ଜିଟ୍‌ ପୋଲ୍‌ରେ ଝାଡ଼ଖଣ୍ଡରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ୪୨ରୁ ୪୭ଟି ଆସନ ମିଳିବ। ସେହିପରି ଇଣ୍ଡିଆ ମେଣ୍ଟକୁ ୨୫ରୁ ୩୦ ଆସନ ମିଳିବ। ଅନ୍ୟାନ୍ୟ ଦଳ ୧ରୁ ୪ଟି ମଧ୍ୟରେ ଆସନ ପାଇବେ ବୋଲି ଦର୍ଶାଯାଇଛି।

ସ୍ଥାନୀୟ ଏଜେନ୍ସି ଲୋକସାହି ମରାଠୀ-ରୁଦ୍ରର ଏକଜିଟ ପୋଲ କିନ୍ତୁ ଭିନ୍ନ କଥା କହୁଛି। ସଂସ୍ଥାର କହିବା କଥା ଯେ ଏଠାରେ କୌଣସି ରାଜନୀତିକ ମେଣ୍ଟକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୪୫ ମିଳିବ ନାହିଁ। ବିଜେପି ମେଣ୍ଟ ୧୨୮ରୁ ୧୪୨, ଏମଭିଏ ୧୨୫ରୁ ୧୪୦ ଓ ଅନ୍ୟାନ୍ୟ ଦଳ ୧୮ରୁ ୨୩ଟି ଆସନ ଜିତିବେ।

ଦୈନିକ ଭାସ୍କରର ଏକଜିଟ ପୋଲ କହୁଛି ଯେ ମହାରାଷ୍ଟ୍ରରେ ବିଜେପି ମେଣ୍ଟ ୧୨୫ରୁ ୧୪୦, ଏମଭିଏ ୧୩୫ରୁ ୧୫୦ ଓ ଅନ୍ୟାନ୍ୟ ଦଳ ୨୦ରୁ ୨୫ଟି ଆସନ ପାଇବେ।

ଟାଇମ୍ସ ନାଓଁ-ଜେଭିସି କହିଛି, ବିଜେପି ୧୫୦ରୁ ୧୬୭, ଏମଭିଏ ୧୦୭ରୁ ୧୨୫ ଓ ଅନ୍ୟାନ୍ୟ ଦଳ ୧୩ରୁ ୧୪ଟି ଆସନ ଜିତିବେ।

ପୋଲ୍ସ ଡାଏରୀ ନାମକ ସଂସ୍ଥା କହିଛି ଯେ ବିଜେପି ମେଣ୍ଟ ୧୨୨ରୁ ୧୮୬, ଏମଭିଏ ୬୯ରୁ ୧୨୧ ଓ ଅନ୍ୟାନ୍ୟ ଦଳ ୧୦ରୁ ୨୭ଟି ଆସନ ପାଇବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking