ଭୁବନେଶ୍ୱର : ବିଧାନସଭାରେ ଉଠିଛି ମହାନଦୀ ପ୍ରସଙ୍ଗ । ଜଳ ସଂରକ୍ଷଣ ଓ ମହାନଦୀ ଶୁଖିଲାକୁ ନେଇ ମୁହାଁମୁହିଁ ହୋଇଛନ୍ତି । ୨ଟି ପ୍ରକଳ୍ପ ବାତିଲକୁ ନେଇ ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାଯ୍ୟ । ପ୍ରସନ୍ନଙ୍କୁ ତେରଛା ବାଣ ମାରିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି ଆପଣମାନେ କେତେ ଡ୍ୟାମ କରିଥିଲେ । ପୂର୍ୱତନ ମୁଖ୍ୟମନ୍ତ୍ରୀ ବସିଛନ୍ତି ସେ କହିପାରିବେ । ପୂର୍ୱ ସରକାର ପାଣି ସମସ୍ୟାର ସମାଧାନ ପାଇଁ କିଛି କରିନାହାନ୍ତି । ୮ ମାସ ମଧ୍ୟରେ ଆମେ କାଯ୍ୟକ୍ରମର ରୋଡମ୍ୟାପ ଦେବୁ । ଡିପିଆର କାହିଁକି ବାତିଲ କରିଥିଲେ ତାକୁ ଅନୁଧ୍ୟାନ କରିବୁ ।










