19.1 C
Bhubaneswar
Friday, November 22, 2024
Homeବ୍ରେକୀଙ୍ଗଛତିଶଗଡରେ ମହାନଦୀ ବିପଦ ସଂକେତ ଉପରେ

ଛତିଶଗଡରେ ମହାନଦୀ ବିପଦ ସଂକେତ ଉପରେ

ଭୁବନେଶ୍ୱର: ଛତିଶଗଡରେ ମହାନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସୁରଜଗଡ ଓ କଲମାରେ ବିପଦ ସଂକେତ ଉପରେ ମହାନଦୀ ବଢୁଛି । ସୁରଜଗଡରେ ବିପଦ ସଂକେତ ଠାରୁ ୦.୮୪ ମିଟର ଉପରେ ମହାନଦୀ ବଢୁଥିବା ନେଇ ସୂଚନା ମିଳିଛି । ୨୦୦୩ର ପୂର୍ବ ସର୍ବାଧିକ ୧୯୯.୯ ରେକର୍ଡ ଭାଙ୍ଗି ୨୦୦.୭୪ରେ ଏହା ପ୍ରବାହିତ ହେଉଥିବା ସୂଚନା ରହିଛି । କଲାମାରେ ବି ପୂର୍ବ ରେକର୍ଡ ଭାଙ୍ଗି ବିପଦ ସଂକେତ ଉପରେ ବଢୁଛି ମହାନଦୀ । କଲାମରେ ବିପଦ ସଂକେତ ଠାରୁ ୧.୩୬ ମିଟର ଉପରେ ମହାନଦୀ ବଢୁଛି ବୋଲି କୁହାଯାଇଛି । ୨୦୧୮ରେ ଥିବା ପୂର୍ବ ରେକର୍ଡ ୨୦୧.୦୪ ମିଟର ରେକର୍ଡ ଭାଙ୍ଗିଲା । ଏବେ କଲମାରେ ମହାନଦୀର ଜଳସ୍ତର ୨୦୨.୩୯ ମିଟର ରହିଛି । ଉଭୟ ସ୍ଥାନରେ ଅତି ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହେବାର ସୂଚନା ମିଳିଛି । ବନ୍ୟା ଓ ଜଳସ୍ତର ନେଇ କେନ୍ଦ୍ରୀୟ ଜଳ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking