32.1 C
Bhubaneswar
Saturday, June 22, 2024
Homeଅପରାଧସ୍ତ୍ରୀକୁ ମାରି ୧୪ ଖଣ୍ଡ କଲା ସ୍ୱାମୀ

ସ୍ତ୍ରୀକୁ ମାରି ୧୪ ଖଣ୍ଡ କଲା ସ୍ୱାମୀ

ଭୋପାଳ: ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡର ରିପିଟ । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଖବର ସାମ୍ନାକୁ ଆସିଛି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଅତି ବୀଭତ୍ସ ଭାବେ ହତ୍ୟା କରିବା ସହ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଲା ସ୍ୱାମୀ । ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟଣା ଦିଲ୍ଲୀ ଶ୍ରଦ୍ଧା ଘଟଣାକୁ ପୁଣି ମନେ ପକାଇ ଦେଇଛି । ୧୦ ଦିନ ହେଲା ନିଖୋଜ ଥିଲେ ମହିଳା: ଭୋପାଳ ପୋଲିସ ସୂଚନା ଅନୁଯାୟୀ, ଭୋପାଳର ସୋନିଆ ଖାନ ନାମକ ଜଣେ ମହିଳାଙ୍କ ନିଖୋଜ ନେଇ ତାଙ୍କ ଭଉଣୀ ମେ ୨୧ ତାରିଖରେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ନିଖୋଜ ମହିଳାଙ୍କ ସ୍ୱାମୀ ନଦିମଉଦ୍ଦିନଙ୍କ ଉପରେ ପୋଲିସ ସନ୍ଦେହ କରି ତାଙ୍କୁ ପଚରାଉଚରା କରିଥିଲା ।

ହେଲେ ପ୍ରଥମେ ପୋଲିସକୁ ମିଛ କହି ଚଖମା ଦେବାକୁ ଚେଷ୍ଟା କରୁଥିଲା ହେଲେ ପୋଲିସ ଯେତେବେଳେ ଅଧିକ ପଚରାଉଚରା କରିଥିଲା ସେତେବେଳେ ସେ ସତ ମାନିଥିଲା । ସେ ସ୍ତ୍ରୀ ସୋନିଆ ଖାନକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା । ମୃତଦେହକୁ ଲୁଚାଇବାକୁ ଯାଇ ତାକୁ ୧୪ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫୋପାଡିବା ସହ କିଛି ଖଣ୍ଡକୁ ପୋଡିଦେଇ ଥିବା ବେଳେ ଆଉ କିଛି ଖଣ୍ଡକୁ ମାଟି ତଳେ ପୋତି ଦେଇଥିବା ନେଇ ମାନିଥିଲା ଅଭିଯୁକ୍ତ ସ୍ୱାମୀ । ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଉଥିଲା ସ୍ୱାମୀ: ପୋଲିସ ଏହି ମାମଲାରେ ଅଧିକ ଖୋଳତାଡ କରିବା ପରେ ଜାଣିବାକୁ ପାଇଥିଲା ଯେ, ହତ୍ୟା ପୂର୍ବରୁ ଯୌତୁକ ପାଇଁ ପୂର୍ବରୁ ବହୁବାର ସୋନିଆକୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲା ଅଭିଯୁକ୍ତ ସ୍ୱାମୀ ।

ଭୋପାଳ ନିବାସୀ ସୋନିଆଙ୍କର ନଦୀମ ସହ ୨୦୨୦ମସିହାରେ ବିବାହ ହୋଇଥିଲା । ନଦୀମ ଅଟୋ ଡ୍ରାଇଭର ଥିଲା । ବିବାହ ସମୟରେ ସୋନିଆଙ୍କ ଘର ଲୋକ ଯୌତୁକ ଆକାରରେ ଅନେକ ସାମଗ୍ରୀ ଦେଇଥିଲେ ମଧ୍ୟ ବିବାହର ମାତ୍ର ୫ ଦିନ ପରେ ବାଇକ ମାଗିଥିଲା ନଦୀମ । ଏନେଇ ସୋନିଆଙ୍କୁ ମାରପିଟ କରିବା ସହ ଅନେକ ଥର ତାଙ୍କୁ ଘର ବାହାର ମଧ୍ୟ କରିଦେଇଥିଲା । ଏହାପରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ମଧ୍ୟ ବାରମ୍ବାର ମାରପିଟ କରୁଥିଲା ନଦୀମ । ମେ ୨୫ ତାରିଖରେ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ଲୁଚାଇବାକୁ ଯାଇ ତାକୁ ୧୪ ଖଣ୍ଡ କରିଥିଲା ନଦୀମ । ଏହି ଖଣ୍ଡଗୁଡିକୁ ଅଟୋରେ ରଖି ଫୋପାଡିବାକୁ ଚେଷ୍ଟା କରିଥିଲା । କିଛି ଖଣ୍ଡ ମାଟି ତଳେ ପୋତିବା ସହ ଆଉ କିଛି ଖଣ୍ଡ ପୋଡି ଦେଇଥିଲା ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking